ଅମ୍ବାଦଳା-ବେଲଘର ରାସ୍ତାରେ ମାଓ ପୋଷ୍ଟର

ଅମ୍ବାଦଳା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଜନବାଲି ଗ୍ରାମ ମୁଖ୍ୟ ରାସ୍ତାରେ ମାଓ ପୋଷ୍ଟର ଓ ଲିଫଲେଟ୍ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଅମ୍ବାଦଳା ଠାରୁ କନ୍ଧମାଳ ଜିଲ୍ଲା ବେଲଘର ମୁଖ୍ୟରାସ୍ତାର ଜନବାଲି ଗ୍ରାମ ନିକଟରେ ଗଛ କାଟି ରାସ୍ତା ଅବରୋଧ କରି ମାଓ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଜାନୁଆରି ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିରୋଧ ଦିବସ ଏବଂ ଜାନୁଆରି ୩୧ତାରିଖର ଭାରତ ବନ୍ଦ ଡାକରାଙ୍କୁ ସଫଳ କରିବା ପାଇଁ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର