ବିଦ୍ୟୁତ ଲାଗି ନାବାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କଟିକିନାଳ ଗ୍ରାମର ଚକ୍ରବର୍ତ୍ତୀ କାଡ୍ରାକା(୧୨)ର ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଥିବା ଜଣାପଡିଛି। ଚକ୍ରବର୍ତ୍ତୀ ଆଜି ସକାଳେ କଟିକିନାଳ ଗ୍ରାମ ମଧ୍ୟରେ ଲୁହା ପାଇପ୍‌ ଧରି ନାଳ ସଫା କରୁଥିବା ବେଳେ ହଠାତ ବିଦ୍ୟୁତ ତାର ଲାଗିଯାଇଥିବାରୁ ଛିଟିକି ପଡିଥିଲା। ପରେ ପରିବାର ଓ ଗ୍ରାମବାସୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର