ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ରାୟଗଡ଼ା: ମୁନିଗୁଡ଼ା ଥାନା ଅଞ୍ଚଳର ନିୟମଗିରି ପାଦଦେଶରେ ସୋମବାର ସନ୍ଧ୍ୟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ବିସ୍ଫୋରଣରେ ଡିଭିଏଫ ଯବାନ ସଞ୍ଜୟ ମାଝୀ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନମାନେ କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରର ଘଟିଥିଲା।

ସୂଚନାଯୋଗ୍ୟ ଆଜି ନକ୍ସଲମାନେ ପଡ଼ୋଶୀ ଛତିଶଗଡ଼ ଜିଲ୍ଲା ବିଜାପୁରରେ ବିସ୍ଫୋରଣ କରିଛନ୍ତି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣ ଯୋଗୁଁ ୬ ଜଣ ଆହତ ହୋଇଛନ୍ତି। ଅପରେସନ ସାରି ବସ୍‌ରେ ୩୦ ଜଣ ଯବାନ କ୍ୟାମ୍ପକୁ ଫେରୁଥିବା ବେଳେ ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି।

ବିସ୍ଫୋରଣ ନେଇ ଦକ୍ଷିଣ ବସ୍ତର ଡିଆଇଜି ସୁନ୍ଦରରାଜ ପି କହିଛନ୍ତି, ଏହି ଘଟଣାରେ ଅନ୍ୟ କିଛି ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ନକ୍ସଲମାନେ ୨ଟି ଆଇଡି ବିସ୍ଫୋରଣ କରିଛନ୍ତି। ସିଆରପିଏଫର ୮୫ତମ ବାଟାଲିୟନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସମ୍ବନ୍ଧିତ ଖବର