ମୁନିଗୁଡ଼ା: କୋଇଲା ବୋଝେଇ ମାଲଗାଡ଼ି ବଗିରେ ନିଆଁ

ମୁନିଗୁଡ଼ା: ଶୁକ୍ରବାର ସକାଳ ପ୍ରାୟ ୧୦: ୫୦ ମିନିଟ୍‌ରେ ମୁନିଗୁଡ଼ା ଷ୍ଟେସନ୍‌ରେ ଅଟକି ଥିବା ଏକ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗିଛି।

ମୁନିଗୁଡ଼ା ଷ୍ଟେସନ୍‌ ମାଷ୍ଟର୍‌ ବିଶାଖାପାଟଣାରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ମାଲଗାଡ଼ିର ଗୋଟାଏ କୋଇଲା ବଗିରେ ନିଆଁ ଲାଗିଥିବା ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଗୋଟିଏ ଦମକଳ ସହ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୪୫ ମିନିଟ ଚେଷ୍ଟା କରିବା ପରେ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ।

ଅଗ୍ନିକାଣ୍ଡର କାରଣ ସଂକ୍ରାନ୍ତରେ ପଚରା ଯିବାରୁ, କୋଇଲା ଅତ୍ୟଧିକ ତାତି ଗଲେ ଆପଣାଛାଏଁ ସେଥିରେ ନଆଁ ଲାଗିଥାଏ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି।

ସମ୍ବନ୍ଧିତ ଖବର