ପ୍ରବଳ ବର୍ଷା ପାଇଁ ବଢୁଛି ବଂଶଧାରା: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ପ୍ରବଳ ବର୍ଷା ପାଇଁ ବଢ଼ିବାରେ ଲାଗିଛି ବଂଶଧାରାର ବନ୍ୟାଜଳ | ବିପଦ ସଂକେତ ଉପରେ ଜଳସ୍ତର ଥିବାର ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି | ପାରଳାଖେମୁଣ୍ଡି-ଗୁଣପୁରରେ ବିପଦ ସଂକେତ ଉପରେ ବନ୍ୟାଜଳ ବନ୍ୟା ସ୍ଥିତି ନେଇ ଏସଆରସି ବିଷ୍ଣୁପଦ ସେଠୀ ସମୀକ୍ଷା କରିଛନ୍ତି | ଯେଉଁ ଯେଉଁ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସି କହିଛନ୍ତି । ଗୁଣୁପୁରରେ ଫୁଲୁଛି ବଂଶଧାରା ନଦୀ ।

ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଏବେ ନଦୀର ଜଳସ୍ତର ୮୪ ଦଶମିକ ୬୩ ମିଟର ଉପରେ ପ୍ରଭାବିତ ହେଉଛି । ଗୁଣୁପୁର ଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ୮୩.୦୦ ଥିବା ବେଳେ ଏବେ ଜଳସ୍ତର ୮୪ ଦଶମିକ ୬୩ ମିଟର ଉପରେ ରହିଛି । ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି |

କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଏବଂ ସୋନପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି | ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି | ସେହିପରି ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି |

ସମ୍ବନ୍ଧିତ ଖବର