ପିଆଜ ଟ୍ରକରୁ ବାହାରିଲା ଗଞ୍ଜେଇ : ୮ କ୍ବିଣ୍ଟାଲ ଜବତ,୨ ଗିରଫ

ମାଲକାନଗିରି/ଖଇରପୁଟ : ମାଲକାନଗିରି ଜିଲ୍ଲା ଖଇରପୁଟ ପୁଲିସ ଗୋଟିଏ ପିଆଜ ବୋ‌େ‌ଝଇ ଟ୍ରକରୁ ଜବତ କରିଛି ବିପୁଳ ପରିମାଣର ଗ‌େଞ୍ଜଇ। ଟ୍ରକ ଯୋଗେ ଗଂଜେଇ ଚାଲାଣ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ମୁଦୁଲିପଡ଼ା ପୁଲିସ ଏକ ଟିମ୍‌ ଗଠନ କରି ପୋଡାଘାଟ ନିକଟରେ ଜଗି ରହିଲା। ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରିରୁ ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ଦେଇ ରାୟଗଡ଼ା ଅଭିମୁଖେ ଯାଉଥିବା ପିଆଜ ବୋଝେଇ ଟ୍ରକ (ଆରଜେ ୦୫ଜିବି ୫୯୫୫)କୁ ସନ୍ଦେହରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ବହୁ ସମୟ ଧରି ଯାଞ୍ଚ କରିବା ପରେ ବସ୍ତା ବସ୍ତା ଗ‌େଞ୍ଜଇ ବାହାରିଥିଲା। ଓଜନ କରିବାରୁ ୮୧୨ କିଲୋଗ୍ରାମ ବୋଲି ଜଣାପଡ଼ିଛି ଏବଂ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଘଟଣା ସ୍ଥଳରୁ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ଜିଲ୍ଲା ହାଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର ଦୀପକ କୁମାର ସାହୁ (୩୨) ଏବଂ ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରଗୁଡା ଗ୍ରାମର ବିଶ୍ବଜିତ ସାହୁ (୨୩)। ଗଂଜେଇ ଚାଲାଣ ହେଉଥିବା ଟ୍ରକକୁ ମଧ୍ୟ ପୁଲିସ ଜବତ କରି ଥାନାକୁ ନେଇଛି। ଉଭୟଙ୍କୁ ପଚରା ଉଚୁରା କରିବାରୁ ମହେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ଗଂଜେଇ ଚାଲାଣ ପାଇଁ ଟଂକା ଦେଇଥିବା ସେମାନେ କହିଥିଲେ।

୪କୋଟିରୁ ଊର୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ଏକ ପିକ୍‌ଅପରେ ଚାଲାଣ ହେଉଥିବା ୪କୋଟିରୁ ଊର୍ଧ୍ବ ଟଙ୍କାର ଗଞ୍ଜେଇକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେହିପରି ପୁଲିସ ଦୁଇଟି ବାଇକ୍ ଓ ଗୋଟିଏ ପିକଅପ୍ ଗାଡି ଜବତ କରିଛି।

ସୂଚନା ଅନୁଯାୟୀ, ଏକ ପିକ୍‌ଅପ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ‌େକୗଣସି ସୂତ୍ରରୁ ପଦ୍ମପୁର ପୁଲିସ ଖବର ପାଇଥିଲା। ପରେ ଏକ ଟିମ୍ ଗଞ୍ଜେଇ ଜବତ କରିବାକୁ ଗାଡିଟିକୁ ନୂଆଗଡ ପଞ୍ଚାୟତର ବିଅରମା ଗ୍ରାମ ନିକଟରେ ଅପେକ୍ଷା କରିଥିଲେ। ଏହି ରାସ୍ତା ଦେଇ ଆସୁଥିବା ଏକ ପିକ୍‌ଅପ(ଓଆର ୦୫ ଏଜେ ୩୧୮୨)କୁ ପୁଲିସ ଅଟକାଇ ଯାଞ୍ଚ କରିବା ପରେ ଭିତରେ ୧୬ଟି ବସ୍ତାରେ ଗଞ୍ଜେଇ ଜବତ କରିଥିଲା। ଅନ୍ୟପ‌େଟ କୌଶଳ କ୍ରମେ ପିକ୍‌ଅପ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିିବା ବେଳେ ଗାଡିରେ ଥିବା ପୁଲିସ ନୂଆଗଡ ପଞ୍ଚାୟତ ଗୁଇବନ୍ଧ ଗ୍ରାମର ମିଟୁ ମାଝୀଙ୍କୁ ଗିରଫ କରିଥିଲା। ଏହି ଗଞ୍ଜେଇ ବୋଝେଇ ଗାଡିକୁ ଏସକୋର୍ଟ ଦେଉଥିବା ଦୁଇଟି ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ୪୭୦କିଲୋ ଏବଂ ଆନୁମାନିକ ମୂଲ୍ୟ ୪କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର