ଗଞ୍ଜେଇ ଜବତ, ଜଣେ ଗିରଫ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମହାଡିମି ଗ୍ରାମର ଜଣଙ୍କ ଘରୁ ପୁଲିସ ୧୮କିଲୋ ୧୪୫ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ମହାଡିମି ଗ୍ରାମର ପ୍ରଚ୍ୟୁ ମାଝୀ ନିଜ ଘରେ ଗଞ୍ଜେଇ ରଖିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିିଥିଲା। ପରେ ପଦ୍ମପୁର ଓ କେନ୍ଦୁଗୁଡା ପୁଲିସ ମିଳିତ ଭାବେ ପ୍ରଚ୍ୟୁ ମାଝୀଙ୍କ ଘରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ପ୍ରଚ୍ୟୁଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ଓଜନ ୧୮କିଲୋ ୧୪୫ଗ୍ରାମ ଓ ଏହାର ଆନୁମାନିକ ମୂଲ୍ୟ ୫୪ ହଜାର ୫୦୦ ଟଙ୍କା ହେବ ବୋଲି ପଦ୍ମପୁର ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଚଢାଉ ସମୟରେ ପଦ୍ମପୁର ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ, କେନ୍ଦୁଗୁଡା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ମାଜିଷ୍ଟ୍ରେଟ୍‌ ଭାବେ ପଦ୍ମପୁର ତହସିଲଦାର ନୀଳମାଧବ ମାଝୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ। ଏନେଇ ପଦ୍ମପୁର ଥାନାରେ କେଶ୍ ନଂ-୪/୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଚ୍ୟୁ ମାଝୀଙ୍କୁ ଗୁଣୁପୁର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର