ରାୟଗଡ଼ା: ପଦ୍ମପୁର ଥାନା ଅନ୍ତର୍ଗତ ପାଟିଲବନ୍ଧ ଛକରୁ ଶୁକ୍ରବାର ଏକ ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ ହୋଇଛି। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗଂଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରୁ ଗଂଜେଇ କିଣି ଅଭିଯୁକ୍ତମାନେ ତାମିଲନାଡୁ ଓ ଦେଶର ଅନ୍ୟ ସ୍ଥାନକୁ ଗଜେଂଇ ଚାଲାଣ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ତିରୁକାନୁର ଥାନା ଅନ୍ତର୍ଗତ କାନିଚାପେଟ ଗାାଁର କାଶୀ ମୁରଗାନ (୩୨), ପଦ୍ମପୁର ଥାନା ଅନ୍ତର୍ଗତ ନୂଆଗଡ଼ ଗାାଁର ଜଙ୍ଗାରୁଲୁ ପାଙ୍ଗେଜୀ (୩୭୦, ଆଞ୍ଜିପେଟା ଗାାଁର ପି ପେରୁମଲ (୫୭) ଓ ପଦ୍ମପୁର ଥାନା ଅନ୍ତର୍ଗତ ନନ୍ଦରା ଗାଁର ଲଙ୍ଗି ମାଝୀ (୩୧)କୁ ଗିରଫ କରିଛି।
କୋରାପୁଟରୁ ହାଇଓ୍ଵା ଟ୍ରକ ମାଧ୍ୟମରେ କଟକ ଚାଲାଣ ହେଉଥିବା ବେଳେ ଦାମନଯୋଡ଼ି ଠାରେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛି। ଟ୍ରକ ଡାଲା ତଳେ ଚାମ୍ବର କରାଯାଇ ଗଞ୍ଜେଇ ଚାଲାଣ ହେଉଥିଲା।
ସେହିପରି ଅନ୍ୟ ଏକ ଘଟଣାରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଂଚି ୭୧ କିଲୋ ଗଂଜେଇ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପୁଲିସ ଗୁଣପୁର ଥାନା ଅନ୍ତର୍ଗତ ଗୁମୁଡା ଗାଁର ଶ୍ରୀରାମ ରବୀନ୍ଦ୍ର (୩୦) ଓ ବିଶମକଟକ ଥାନା ଅନ୍ତର୍ଗତ ମଣ୍ଡାପାଇ ଗାଁର ସୀମାଚଳ କୁର୍ତୁକା। ଅଭିଯୁକ୍ତମାନେ ଚାନ୍ଦିଲି ଥାନା ଅନ୍ତର୍ଗତ କେ ମାଲିଗାଓ ପଂଚାୟତ ଅନ୍ତର୍ଗତ କାସିଲି ଗାଁ ନିକଟ ପାହାଡିଆ ସ୍ଥାନରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ।