ରାୟଗଡ଼ା: ଚୋରି କରିବାକୁ ଆସି ଶନିବାର କିଛି ଦୁର୍ବୃତ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୋରଜବରଦସ୍ତି ରାସାୟନିକ ପଦାର୍ଥ ପିଆଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ନିଳାଦ୍ରୀ ବିହାର ଲେନ୍-୩ରେ ରହୁଥିବା ବିଜୟ ପଣ୍ଡାଙ୍କ ନାତୁଣୀ ନନ୍ଦିିନୀ ପାଣିଗ୍ରାହୀଙ୍କୁ ଟାଇଲ ସଫା କରିବା ପାଇଁ ରଖାଯାଇଥିବା ରାସାୟନିକ ପଦାର୍ଥ ପିଆଇ ପରେ ଫେରାର ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଘର ଛାଡ଼ିବା ପୂର୍ବରୁ ସେମାନେ ଆଲମାରି ଚାବି ଓ ଏଟିଏମ୍ କାର୍ଡ ମାଗିଥିଲେ। ବିଶାଖାପାଟନମ ଅଞ୍ଚଳର ନନ୍ଦିନୀ ନିଜ ଜେଜେ ବାପାଙ୍କ ଘରେ ରହୁଥିଲେ। ସକାଳ ପାଖାପାଖି ୮ଟା ୩୦ ବେଳକୁ ଘରେ ନନ୍ଦିନୀ ସହିତ ଆଉ ଏକ ଶିଶୁ ଥିବା ବେଳେ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ। ଦୁୁର୍ଘଟଣାର ଶିକାର ହୋଇଥିବା ନନ୍ଦିନୀ ଜୋରରେ ଚିତ୍କାର କରିବାରୁ ପଡ଼ୋଶୀମାନେ ଏକାଠି ହୋଇଯିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଆହତ ନନ୍ଦିନୀକୁ ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।