ଗୁଟଖା ଜବତ, ଜରିମାନା ଆଦାୟ

ବାଲିମେଳା: ବାଲିମେଳା ଏନଏସି କର୍ତୃପକ୍ଷ ଓ ଚିତ୍ରକୋଣ୍ଡା ଏସଡିପିଓ ମିଳିତ ଭାବେ ଅଞ୍ଚଳର ବିଭିନ୍ନ ପାନ ଦୋକାନରେ ଚଢାଉ କରି ଗୁଟଖା ବିକ୍ରୟ କରୁଥିବା ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି। ବାଲିମେଳା ଏନଏସି ଅଞ୍ଚଳର ପ୍ରାୟ ସମସ୍ତ ପାନ ଦୋକାନି ବେଧଡକ ଗୁଟଖା ବିକ୍ରି କରି ଚାଲିଥିଲେ। ଆଜି ଚିତ୍ରକୋଣ୍ଡା ଏସଡିପିଓ ମାନସ ରଂଜନ ବାରିକ ଓ ବାଲିମେଳା ଏନଏସି କର୍ମଚାରୀ ସାଧୁ ଚରଣ ମହାନ୍ତି, ପ୍ରଦୀପ କୁମାର ମାହାଳି, କନିଷ୍ଠ ଯନ୍ତ୍ରୀ ସୁଶୀଳ କୁମାର ବେହେରା ପ୍ରମୁଖ ପ୍ରତି ଦୋକାନ ଉପରେ ଚଢାଉ କରି ଯାଞ୍ଚ କରିଥିଲେ। ଏହି ସମୟରେ ବିଭିନ୍ନ ଦୋକାନରୁ ବହୁ ପରିମାଣର ଗୁଟଖା ଜବତ କରାଯିବା ସହ ଗୁଟଖା ବିକ୍ରି କରୁଥିବା ଦୋକାନୀଙ୍କ ଠାରୁ ୨୯୦୦ଟଙ୍କା ଜରିମାନା ଆଦାୟ କରିଥିଲେ। ଜବତ ହୋଇଥିବା ଗୁଟଖାକୁ ଏନଏସି କାର୍ଯ୍ୟାଳୟ ପଛପଟେ ପୋତି ଦିଆଯାଇଛି। ଏଭଳି ଚଢାଉ ପରେ ଦୋକାନୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି। ଏନଏସି ଓ ଏସଡିପିଓଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର