ଟଙ୍କା ଲୁଟ୍ ଉଦ୍ୟମ କରି ଅଟକ ଥିବା ଯୁବକ ଅନ୍ୟ ମାମଲାରେ ଗିରଫ

ଗୁଣପୁର: ସ୍ଥାନୀୟ ବାଇପାସ୍ ରୋଡରେ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରୁଥିବା ଅଭିଯୋଗରେ ଗୁଣପୁର ଥାନାରେ ଅଟକ ଥିବା ଜଣେ ଯୁବକଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଦଶବଣିଆ ଥାନା ଅନ୍ତର୍ଗତ ରାବଣା ଗ୍ରାମର ଦୀପକ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ସନ୍ତୋଷ ପ୍ରଧାନ ଗତ ଡିସେମ୍ବର ୪ତାରିଖରେ ଗୁଣପୁର ବାଇପାସ୍ ରୋଡରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ଚୋରି କରୁିବାକୁ ଉଦ୍ୟମ କରିଥିଲେ। ପୁଲିସ ଦୀପକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ବେଳେ ସନ୍ତୋଷ ଚମ୍ପଟ ମାରିଥିଲା। ପୁଲିସର ପଚରାଉଚୁରା ପରେ ଗତ କିଛି ବର୍ଷ ତଳେ ପଦ୍ମପୁର ଅଞ୍ଚଳରୁ ୧ଲକ୍ଷ ୯୬ହଜାର ଟଙ୍କା ଲୁଟ୍ କରିଥିବା ନେଇ ସନ୍ତୋଷ ସ୍ବୀକାର କରିଥିଲା।

ଏପରିକି ମୁନିଗୁଡା, ବିଷମକଟକ ଓ ରାୟଗଡା ଅଞ୍ଚଳରେ ଏକାଧିକ ଡକାୟତ ମାମଲାରେ ମଧ୍ୟ ସଂପୃକ୍ତ ଥିବା ନେଇ ଦୀପକ ପୁଲିସକୁ କହିଥିଲା। ଗ୍ରାହକ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଏମାନେ ତୀକ୍ଷ୍ମଣ ନଜର ରଖିବା ସହ ଯୋଜନା ମୁତାବକ ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକ୍ରୀୟ ହୋଇ ଏଭଳି ଲୁଟ୍ କରୁଥିବା ନେଇ ଦୀପକ ପୁଲିସକୁ ସୂଚନା‌ ଦେଇଥିଲା। ଏହାପରେ କେଶ୍ ନଂ-୧୩୪/୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଆଜି ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର