ଟିକିରି,: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଟିକିରି ସମେତ ଆଖପାଖ ଅଞ୍ଚଳରେ ନମ୍ବର ବିହୀନ ଅଟୋ ବୁଲୁଥିବା ଦେଖିବାକୁ ମିଳିଛି। ନିୟମ ଅନୁଯାୟୀ, ଯାତ୍ରୀବାହୀ ଅଟୋର ଆଗ ଓ ପଛରେ ଏପରିକି ଅଟୋର ଉଭୟ ପାର୍ଶ୍ବରେ ସ୍ପଷ୍ଟ ଭାବେ ପଞ୍ଜୀକୃତ ନମ୍ବର ଲେଖିବାର ବ୍ୟବସ୍ଥା ରହିଛି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକୀୟ କଟକଣା ଅଭାବରୁ ଏକାଧିକ ଅଟୋରେ ପଞ୍ଜୀକୃତ ନମ୍ବର ଲେଖା ଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ଅଟୋ ସମେତ ବ୍ୟବସାୟିକ ଯାନ ବିକ୍ରି କରୁଥିବା ଡିଲର ମାନେ ପଞ୍ଜୀକୃତ ନମ୍ବର ବିନା ଗାଡ଼ି ହସ୍ତାନ୍ତର ନକରିବାକୁ ନିୟମ ରହିଥିଲେ ହେଁ ଏଠାରେ ଏହା କାର୍ଯ୍ୟକାରୀ ହେଉନି। ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା କିଛି ନୂତନ ଅଟୋ ସହ ଆଉ କିଛି ପୁରୁଣା ଅଟୋରେ ନମ୍ବର ପ୍ଲେଟ୍ ଦେଖିବାକୁ ମିଳୁନି। ଅନ୍ୟପଟେ ନମ୍ବର ବିହୀନ ଅଟୋ ଗୁଡିକ ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ନଜିର ରହିଛି। ଗତ ଦିନରେ ଏକ ନମ୍ବର ବିହୀନ ଅଟୋ ଚଳାଉଥିବା ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ଥିବା ଜଣେ ମହିଳାଙ୍କୁ ଡାକ୍ତର ନେବାକୁ କହି ରାସ୍ତାରେ ଓହ୍ଲାଇ ଚାଲି ଯାଇଥିଲେ। ପରେ ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ ଅଟୋକୁ ଜବତ କରାଯିବା ସହ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ମୋଟର ଆଇନ ଅନୁଯାୟୀ ପଞ୍ଜୀକୃତ ନମ୍ବର ଗାଡ଼ିରେ ନଲେଖିବା ଏକ ଦଣ୍ଡନୀୟ ଅପରାଧ। ତେବେ ଟିକିରି ଅଞ୍ଚଳରେ ଅଧିକାଂଶ ଅଟୋ ବିନା ନମ୍ବରରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ଟିକିରିରେ ଚାଲୁଛି ନମ୍ବର ବିହୀନ ଅଟୋ
/sambad/media/post_attachments/wp-content/uploads/2019/04/raygada-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)