ରାୟଗଡ଼ା: ଜଣେ ମାଓବାଦୀ ଗିରଫ

ରାୟଗଡା: କଲ୍ୟାଣସିଂହପୁର ପୁଲିସ ଶୁକ୍ରବାର ଜଣେ ମାଓବାଦୀକୁ ଗିରଫ କରିଛି। ଗିରଫ ମାଓବାଦୀ ନାମ ଶ୍ରୀରାମ ସୁନା ବୋଲି ପୁଲିସ କହିଛି। ଶ୍ରୀରାମ ଘର ନିଶିଖିଲ ଗ୍ରାମରେ ଓ ସେ ୨୦୧୧ ମସିହାରୁ ନିୟମଗିରି କମିଟିରେ କାମ କରୁ ଥିଲା। ବର୍ଷ ୨୦୧୭ରେ କଲ୍ୟାଣସିଂହପୁର ଥାନା ପାରସାଲି ଠାରୁ ଗୁମା ରାସ୍ତାରେ ନିୟୋଜିତ ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଜେସିବି, ଟ୍ରାକ୍ଟର ଓ ଅନ୍ୟାନ୍ୟ ମେସିନ ପୋଡାଜଳା ଘଟଣାରେ ଶ୍ରୀରାମ ସମ୍ପୃକ୍ତି ଅଛି। ଅତିରିକ୍ତ ଏସପି ଅଶୋକ ସାହୁଙ୍କ ସୂଚନା ଏହି ଦେଇଛନ୍ତି।

ସମ୍ବନ୍ଧିତ ଖବର