ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

କାଶୀପୁର/ଟିକିରି: କାଶୀପୁର ଥାନା ଅନ୍ତର୍ଗତ ରେଙ୍ଗା ଗ୍ରାମ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ରାଶିଝିରି ଗ୍ରାମର ହଳ ଗୌଡ ଓ ଉପର ମାଳିଗାଁ ଗ୍ରାମର ବଟୁ ଗୌଡ ଏକ ବାଇକ୍‌(ଏପି ୩୧ବିଡି ୫୩୦୧) ଯୋଗେ ଆଜି ସଂଧ୍ୟାରେ କାଶୀପୁରରୁ ଟିକିିରି ଅଭିମୁଖେ ଯାଉଥିଲେ। ତେବେ ଅନ୍ଧାରୁଆ ଯୋଗୁଁ ବାଇକ୍‌ ଚାଳକ ହଳ ରାସ୍ତା ଜାଣିନପାରି ରେଙ୍ଗା ନାଳ ନିକଟରେ ରାସ୍ତା ପାର୍ଶ୍ୱରେ ଦୀର୍ଘ ଦିନରୁ ରହିଥିବା ମେଟାଲ ଉପରେ ବାଇକ୍‌ ଚଢାଇ ଦେଇଥିଲେ। ଫଳରେ ବାଇକ୍‌ରୁ ଦଳ ଓ ବଟୁ ତଳେ ପଡି ଆହତ ହୋଇଥିଲେ। କିଛି ପଥଚାରୀ ଉଭୟଙ୍କୁ ଉଦ୍ଧାର କରି ଏକ ଯାତ୍ରୀବାହୀ ଅଟୋରେ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଦୁର୍ଘଟଣାରେ ବାଇକ୍‌ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ହଳଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର