ଓଭର ଲୋଡିଂ ଟ୍ରକ ଯୋଗୁଁ ଲୋକେ ଆତଙ୍କିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ବଜାର ମଧ୍ୟ ଦେଇ ବେପରୁଆ ଭାବେ ଭାରୀଯାନ ଚଳ ପ୍ରଚଳ ହେଉଥିବାରୁ ବଜାରକୁ ଆସୁଥିବା ଲୋକ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ମୁଖ୍ୟ ବଜାର ଦେଇ ବିଭିନ୍ନ ଧାନ କଳର ତସୁକୁ ଟ୍ରକରେ ନିଆଯାଉଛି। ମୁଖ୍ୟ ରାସ୍ତା ପାର୍ଶ୍ୱ ବିଭିନ୍ନ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ଓ ୧୧ କେଭି ବିଦ୍ୟୁତ ତାର ତଳେ ଓହଳି ପଡିଥିବାରୁ ଯଦି ଟ୍ରକରେ ଲାଗିଲେ ସଟସର୍କିଟ ହୋଇ ନିଆଁ ଲାଗିବା ଆଶଙ୍କା ରହିଥିବାରୁ ଟ୍ରକ ଯିବା ସମୟରେ ଲୋକଙ୍କୁ ଭୟଭୀତ ହୋଇ ଏଣେତେଣେ ଦୌଡିବାକୁ ପଡୁଛି। ଟ୍ରକରେ ଓଭର ଲଡିଂ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଗୋଟିଏପଟେ ମୁଖ୍ୟ ରାସ୍ତାର ଚଉଡା କମ ଥିବା ବେଳେ ଅନ୍ୟପଟେ ରାସ୍ତା ପାର୍ଶ୍ୱରେ ଉଠା ଦୋକାନୀଙ୍କ ଜବରଦଖଲ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ କଳାହାଣ୍ଡି ଜିଲ୍ଲାକୁ ବିଭିନ୍ନ ସମୟରେ ଭାରୀଯାନ ଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଜିଲ୍ଲା ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର