ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ କପା ବ୍ୟବସାୟୀଙ୍କ ଠାରୁ ୭.୫ଲକ୍ଷ ଝାମ୍ପି ନେଲେ ଲୁଟେରା

ରାୟଗଡ଼ା: ମଙ୍ଗଳବାର ଅପରାହ୍ନରେ ରାୟଗଡା ମଝିଘରିଆଣୀ ମନ୍ଦିର ସାମ୍ନା ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ବି ଶେଷଗିରି ରାଓ ତାଙ୍କର ହିରୋହଣ୍ଡା ବାଇକ୍‌ ଯୋଗେ ସାଙ୍ଗ ବି ରାବଣାଙ୍କୁ ଧରି…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ୧୩ଘର ଭସ୍ମୀଭୂତ, ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କାର କ୍ଷତି

ରାମନାଗୁଡା : ରାମନାଗୁଡା ବ୍ଲକ ଶୁଣ୍ଢିଢାମୁଣୀ ପଞ୍ଚାୟତ ଅନ୍ତର୍ଗତ କାଣିପୁଲିସି ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ହଠାତ୍‌ ନିଆଁ ଲାଗିବାରୁ ୧୩ଟି ଘର ଜଳିଯାଇଛି। ୧୧ଟି ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଅନ୍ୟ ଦୁଇଟି ଘର ଆଂଶିକ ପୋଡିଥିବା ଜଣାପଡିଛି। ନିଆଁ ଲାଗିବାର…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ବାଇକ- ଇନୋଭା ଧକ୍କା, ୨ ମୃତ, ଜଣେ ଗୁରୁତର

ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଳା ଥିରୁବାଲି ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିକଟସ୍ଥ ଗ୍ରାମରୁ ଯାତ୍ରା ଦେଖି ଫେରୁଥିବା ବେଳେ ୩ ଜଣ ବାଇକ ଆରୋହୀଙ୍କ ସହିତ ଏକ ଇନୋଭା ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଗ୍ନିକାଣ୍ଡ

କୋଟିଏ ଟଙ୍କାର ସଂପତ୍ତି ନଷ୍ଟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: କମାଣ୍ଡେଣ୍ଟ ରାୟଗଡ଼ା : ରାୟଗଡା ସ୍ଥିତ ୪ର୍ଥ ବାଟାଲିୟନ ସିଆର୍‌ପିଏଫ୍‌ କ୍ୟାମ୍ପରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା। ଏହାଫଳରେ କୋଟିଏରୁ ଊର୍ଧ୍ୱ…
ଅଧିକ ଖବର ଦେଖନ୍ତୁ...

ବଲେରୋ ଧକ୍କାରେ ଲୁନା ଚାଳକ ମୃତ

ମୁନିଗୁଡା: ମୁନିଗୁଡା ଥାନା ଅନ୍ତର୍ଗତ ଏମ୍‌.ପାତ୍ରଗୁଡା ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ମୁନିଗୁଡାରୁ ପ୍ରାୟ ୭କିମି ଦୂର ଭବାନୀପାଟଣାରୁ ମୁନିଗୁଡା ମୁଖ୍ୟ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଶିରିପୁର ହାଇସ୍କୁଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଶିରିପୁର ବାଳକା ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ କବିତା ହିକକା (୧୩)ଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ କବିତା ପ୍ରାର୍ଥନା ସାରି ନିଜ…
ଅଧିକ ଖବର ଦେଖନ୍ତୁ...

ଗୁଣପୁର ଚିଟ୍‌ଫଣ୍ଡ ଘୋଟାଲା : ଅଚଳ ହେଲା ସଂସ୍ଥାର ବ୍ୟାଙ୍କ ଅକାଉଣ୍ଟ

ଗୁଣପୁର : ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ଗରିବ ଲୋକଙ୍କ ଠାରୁ ୫କୋଟିରୁ ଊର୍ଧ୍ୱ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ପରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ତନାଘନା ଜାରି ରହିଛି। ଗତକାଲି ଏହି କାର୍ଯ୍ୟାଳୟରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କର ପାସ ବୁକ ସମେତ ମନି ରସିଦ୍‌ ମଧ୍ୟ ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଫେଲ୍‌ ମାରିଲା ଆମ୍ବୁଲାନ୍‌ସ ସେବା : ରାସ୍ତାକଡ଼ରେ ଶିଶୁ କନ୍ୟା ପ୍ରସବ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପିଛା ଛାଡୁନାହିଁ ଜନନୀ ଯନ୍ତ୍ରଣା। ସରକାରଙ୍କ ଆମ୍ବୁଲାନ୍‌ସ ସେବା ଫେଲ ମାରିବାରୁ ଆଜି ପୁଣି ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଛନ୍ତି। ଏଥିପାଇଁ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ମଝି ରାସ୍ତାରେ ୨ଘଣ୍ଟା ଧରି ହିନସ୍ତା ହେବାକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରୁ ବର୍ତିଲା ସମତା ଏକ୍ସପ୍ରେସ୍‌

ବିଷମକଟକ : ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିଷମକଟକ ଅଞ୍ଚଳରେ ଗତକାଲି ସମତା ଏକ୍ସପ୍ରେସ ଟ୍ରେନ୍‌ ଏକ ବିରାଟ ଦୁର୍ଘଟଣାରୁ ବର୍ତିଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କାଳିପଙ୍ଗା ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଏକ ସ୍କର୍ପିଓ ଗାଡି ପାର ହେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ରାତିରେ ଦୁଇଟି ଚୋରି

ଗୁଣପୁର: ଗୁଣପୁର ସହରରେ ଗତକାଲି ରାତ୍ରରେ ଦୁଇଟି ସ୍ଥାନରେ ଚୋରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ବାବୁଲୁନଗରସ୍ଥିତ ସୁକାନ୍ତି ଦଳେଇଙ୍କ ଘରେ କେହିନଥିବା ବେଳେ ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡିଛି। ସେହିଭଳି ଶିବଶକ୍ତି ନଗରରେ ରହୁଥିବା ଆନ୍ଧ୍ର ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...