ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ

କୋଲନରା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଘଟିରେ ଗୋଟିଏ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ କୌଣସି ଯାତ୍ରୀଙ୍କର କିଛି ହୋଇ ନଥିବା ସୂଚନା ମିଳିଛି। ‌ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବଡ଼ ଅଘଟଣରୁ ବର୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ସାଇ କିରଣ ନାମକ ଘରୋଇ ଯାତ୍ରୀବାହୀ ବସ୍ (ଓଡି ୧୮ବି ୮୧୧୮) ପାରଳାଖେମୁଣ୍ଡିରୁ ବାହାରି ରାୟଗଡା ଅଭିମୁଖେ ଯାତ୍ରା କରୁଥିଲା। କୈଳାସପୁର ଘାଟିରେ ଗୋଟିଏ ବୁଲାଣିରେ ସାମ୍ନାକୁ ‌ଗୋଟିଏ ବସ୍ ହଠାତ୍ ଚାଲି ଆସିଥିଲା। ତେଣୁ ଉକ୍ତ ବସକୁ ରାସ୍ତା ଦେବାକୁ ଯାଇ ଡ୍ରାଇଭର ‌ଗାଡ଼ିକୁ ଗୋଟିଏ ପାର୍ଶ୍ବକୁ ବୁଲାଇ ଦେଇଥିଲେ। ତେବେ ଜଣେ ବାଇକ ତାଳକ ସାମ୍ନାରେ ରହିଥିବାରୁ ରାସ୍ତା ତଳକୁ ବସ ଖସାଇ ଦେବାକୁ ଡ୍ରାଇଭର ବାଧ୍ୟ ହୋଇଥିଲେ। ରାସ୍ତା କଡ଼ରେ ଥିବା ମାଟି ଗଦାରେ ବସ୍ ଧକ୍କା ହୋଇ ଅଟକି ଯାଇଥିଲା। ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର