ଦୁଇ ବାଇକ୍ ମୁହାଁମୁହିଁ, ୨ଗୁରୁତର

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଜଗନ୍ନାଥ ରୋଡ୍ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ୮ଟାରେ ହନୁମାନ ମନ୍ଦିର ନିକଟରେ ଗୁଣପୁର ଜେଲ୍‌ ପେଟା ସାହିର ସାଇ କୁମାର ଓ ପ୍ରଦୀପ ବାଉରୀ ରଥଙ୍କ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସାଇ ଓ ପ୍ରଦୀପ ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରଯାଇଛି। ଖବର ପାଇ ଗୁଣପୁର ପୁଲିସ ଉଭୟ ବାଇକ୍ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର