ଦୁର୍ଗମ ରଘୁବାରୀ ଅଞ୍ଚଳରେ ବିଜେଡିର ପ୍ରଚାର

0

ଅମ୍ବାଦଳା: ମୁନିଗୁଡା ବ୍ଲକ ରଘୁବାରୀ ଓ ଡିମିରିଗୁଡା ଅଞ୍ଚଳରେ ଆଜି ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି। ଏହି ଅବସରରେ ବିଷମକଟକ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା, ଯୋଜନା ବୋର୍ଡ ସଦସ୍ୟ ସୁଧୀର କୁମାର ଦାସ, ଖଦି ବୋର୍ଡ ସଦସ୍ୟ ପୃଥ୍ବୀରାଜ ସାହୁ, ବିଜୁ କୃଷକ ସେଲ୍ ଜିଲ୍ଲା ସଭାପତି ଜ୍ୟୋତି ପ୍ରସାଦ ସାହୁ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୃକା, ଧିରେନ୍ଦ୍ର ପାଣିଗ୍ରାହୀ, ବି. ଇନ୍ଦିରା ପାତ୍ର, ବି. ଚିନିକ୍ରିଷ୍ଣା, ବିରାଟ ବେହେରା ପ୍ରମୁଖ ଏହି ଅଞ୍ଚଳ ଗସ୍ତ କରି ଗ୍ରାମବାସୀ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ରଘୁବାରୀ ଓ ଡିମିରିଗୁଡା ପଞ୍ଚାୟତର ଚିତ୍ରସେନ ସୁନା, ମାଧବ ସୁନା, ଅନିରୁଦ୍ଧ ଟାକ୍ରି, ରାମାରାଓ କରକରିଆ, ସାଲେବନ, ଭାସ୍କର ପାତ୍ର, ବଳରାମ ପାତ୍ର ପ୍ରମୁଖଙ୍କ ସହ ନିର୍ବାଚନ ରଣକୌଶଳ ସଂପର୍କରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ହଜାର ହଜାର ସମର୍ଥକ ରାଲିରେ ବାହାରି ବିଭିନ୍ନ ଗ୍ରାମ ଗସ୍ତ କରି ଭୋଟ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ଆଚାରୀ, ଏମ. ଶ୍ରୀନୁ, ସୁଶାନ୍ତ ପୂଜାରୀ, ଅନଙ୍ଗ କରକରିଆ, ମାୟାଧର ସୁନା, ସନ୍ତୋଷ କ୍ରିଷ୍ଣା, ସୁବାସ ବାଗ, ପୁରୁଷୋତ୍ତମ ବିଡ୍ରିକା, ବେଣୁଧର ଖୋସଲା, ତରୁ ବାଥ୍ରା ପ୍ରମୁଖ କର୍ମୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.