ମୃତ୍ତିକା ସ˚ରକ୍ଷଣ ଅଧିକାରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ, କୋଟିଏରୁ ଊର୍ଧ୍ବ ଟଙ୍କାର ସଂପତ୍ତି ଠାବ

ରାୟଗଡ଼ା : ରାୟଗଡ଼ା ଏବ˚ ଜୟପୁର ଭିଜିଲାନ୍‌ସ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ମୃତ୍ତିକା ସଂରକ୍ଷଣ ବିଭାଗ ‌‌କ୍ଷେତ୍ରପରିଦର୍ଶକ ଧନ˚ଜୟ ଧୋବାଙ୍କ ଘରେ ଚଢ଼ାଉ କରିଥିଲା। ଶ୍ରୀ ଧୋବା ଆୟବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ କାର୍ଯ୍ୟାଳୟ, ରାୟଗଡ଼ା ସ୍ଥିତ ବାସଭବନ ଏବ˚ ରାମନାଗୁଡ଼ା ବ୍ଲକ ତାରଗୁଡ଼ା ସ୍ଥିତ ପୈତୃକ ଘ‌େର ଏକକାଳୀନ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ପ୍ରାୟ ୧କୋଟି ୧୯ ଲକ୍ଷ ଟଙ୍କାର ସ˚ପତ୍ତି ଠାବ୍‌ କରି ଜବତ କରିଥିବା ନେଇ ଭିଜିଲାନ୍‌ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି। ଏଥିରେ ସିରିଗୁଡ଼ାରେ ତିନି ମହଲା କୋଠା, ଆଉ ଗୋଟିଏ ଘର, ୪୯ ସିଫେଟି କାଠ ପଟା, ଜୀବନ ବୀମା, ନଗଦ ୧୫ ହଜାର ୩୯୦ ଟଙ୍କା, ୩ଟି ମଟର ସାଇକେଲ ଇତ୍ୟାଦି ରହିଛି। ଏନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ଡିଏସପି ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଜୟପୁର ଭିଜିଲାନ୍‌ସ ଡିଏସପି ହେନେରି କୁଲୁ, ଇନ୍‌ସପେକ୍ଟର ସୂର୍ଯ୍ୟକାନ୍ତୀ ଟାକିରୀ, ଇନ୍‌ସପେକ୍ଟର କଳାବତୀ ବାଗ, ଇନ୍‌ସପେକ୍ଟର ଆର. ବିଜୟ କୁମାର ପ୍ରମୁଖ ଅ˚ଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର