ନିର୍ବାଚନ ପୂର୍ବରୁ ମଦ ଧରପଗଡ ଅଭିଯାନ ସୀମାନ୍ତ ଗାଁରେ ଚଢ଼ାଉ, ୧୮୦୦ ଲିଟର ପୋଚ ନଷ୍ଟ

ରାୟଗଡା,: ନିର୍ବାଚନ ପୂର୍ବରୁ ମଦ ଧରପଗଡ ଅଭିଯାନକୁ ଜୋରଦାର୍ କରିଛି ଅବକାରୀ ବିଭାଗ। ଜିଲ୍ଲା ପୁଲିସ୍, ପ୍ରଶାସନର ସହଯୋଗରେ ଆଜି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଚଢ଼ାଉ କରିବା ସହ ୧୮୦୦ ଲିଟର ମହୁଲ ପୋଚ ନଷ୍ଟ କରିଛି। ଏଥି ସହିତ ମଦ ତିଆରି ସାମଗ୍ରୀକୁ ପୋଡି ନଷ୍ଟ କରିଛି ବିଭାଗ। ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନେତୃତ୍ବରେ ଚଢ଼ାଉ ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ୍ ଗଣେଶ ଦଳେଇଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଓ ରାୟଗଡା ପୁଲିସ୍ ଟିମ୍ ବାରିଝୋଲା, ବଡାଗୁଡା, କଡାପାଡୁ ଗ୍ରାମରେ ଚଢ଼ାଉ କରି ବ୍ୟାପକ ମଦ ଜବତ କରିଛି। ଏଥି ସହିତ ରାୟଗଡା ସହରରେ ଥିବା ମଦ ରନ୍ଧା ଓ ଚୋରା ମଦ ବିକ୍ରି ସ୍ଥାନରେ ଚଢ଼ାଉ କରିଛି ବିଭାଗ। ସଦର ଅବକାରୀ ନିରୀକ୍ଷକ ଦିଲ୍ଲୀପ ଗୌଡଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ୍ ହୋଇଥିଲେ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଚୋରା ମଦ କାରବାର ରୋକିବାକୁ ଧରପଗଡ ଚାଲିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର