ଶୌଚ ହେବାକୁ ଯାଇଥିବା ସମୟରେ ରେଟ୍‌ର ଅତିରିକ୍ତ ଇଞ୍ଜିନିୟରଙ୍କ ମୃତ୍ୟୁ

ଭବାନିପାଟଣା: ଭବାନିପାଟଣା ସହର ନିକଟସ୍ଥ କଲେଜ ଛକ ପିପଲନଳାଠାରେ ରେଟ୍‌ ଜଳସେଚନ ପ୍ରକଳ୍ପ ସରକାରୀ ଯନ୍ତ୍ରୀଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତ ସରକାରୀ ଯନ୍ତ୍ରୀଙ୍କ ନାମ ତପନ ନାୟକ, ବୟସ ୨୦ବର୍ଷ ଓ ଘର ବାରିପଦାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରେଟ୍‌ ଜଳସେଚନ ପ୍ରକଳ୍ପ ସରକାରୀ ଯନ୍ତ୍ରୀ ତପନ ନାୟକଙ୍କ ଘର ବାରିପଦାରେ ଥିବା ବେଳେ ସେ ଖରିଆ ଡିଭିଜନ୍‌ରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ମାଣିକେଶ୍ୱରି ହାଇସ୍କୁଲ ନିକଟରେ ଥିବା ହୋଟେଲରେ ତଦନ ତାଙ୍କର ପିଅନ ସହିତ ମଦପାନ କରିଥିଲେ। ଏହାପରେ ଶୌଚ ହେବାକୁ ପାଖ ପଡ଼ିଆକୁ ଯାଇଥିଲେ। କିଛି ସମୟ ପରେ ସେ ନଫେରିବାକୁ ତାଙ୍କ ପିଅନ ଯାଇ ଦେଖିଲା ବେଳକୁ ଶୌଚ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିଲା। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଯନ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶୌଚ ହେବାକୁ ଯାଇଥିବା ସମୟରେ ତପନ ନାୟକଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର