ବାରିପଦା: ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ସ୍ଥାନୀୟ ଗୁରୁଦ୍ବାର ନିକଟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଟ୍ରକ୍, ବସରେ ନାହିଁନଥିବା ହଇରାଣ ହୋଇ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ନିଜେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଆଗେଇ ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ଜଣାଶୁଣା ସମାଜସେବୀ ମୁରାରୀ ଶର୍ମା ତଥା ସମସ୍ତଙ୍କର ପ୍ରିୟ ଚାଚା’ଙ୍କ ପକ୍ଷରୁ ଏହି କାର୍ଯ୍ୟ ବେଶ୍ କିଛିଦିନ ହେବ କରାଯାଉଥିବାବେଳେ ଜିଲ୍ଲାର ବରିଷ୍ଠ ନେତା ସୁଦାମ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିବାକୁ ନିଜଆଡ଼ୁ ଉତ୍ସାହ ଦେଖାଇଛନ୍ତି। ସ୍ଥାନୀୟ ଗୁରୁଦ୍ବାର କମିଟି ଏହି କାର୍ଯ୍ୟରେ ନିରବଚ୍ଛିନ୍ନ ସହଯୋଗ ଜାରି ରଖିଛି।
ଶିଖ୍ ସମ୍ପ୍ରଦାୟର ଭାଇମାନେ ଏହି କାର୍ଯ୍ୟରେ ନିଜକୁ ମନପ୍ରାଣ ଦେଇ ନିୟୋଜିତ କରିଥିବା ଚାଚା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁରାରୀଲାଲ ଶର୍ମାଙ୍କ ସହିତ ମୁକେଶ ଶର୍ମା ଏବଂ ଅନେକ ଯୁବକ ସାମିଲ ଥିଲେ। ପ୍ରବାସୀମାନଙ୍କୁ ସକାଳ ଜଳିଖିଆ ସହିତ ମଧ୍ୟାହ୍ନରେ ଖେଚୁଡ଼ି ଓ ସନ୍ଧ୍ୟାରେ ପୁରୀ ତରକାରୀ ପ୍ରଦାନ କରାଯାଉଛି। ଆଉ ଦିନର ସବୁ ସମୟରେ ଜାତୀୟ ରାଜପଥରେ ଯାଉଥିବା ପ୍ରବାସୀମାନଙ୍କ ପାଇଁ ପାଣି ଯୋଗାଯାଉଛି। ଯେତେଦିନ ପର୍ଯ୍ୟନ୍ତ ଏମିତି ପ୍ରବାସୀମାନଙ୍କ ଯିବାଆସିବା ଚାଲିଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସାଧ୍ୟମତେ ଏହି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି। ମନ୍ତ୍ରୀ ସୁଦାମଙ୍କ ଏହି କାର୍ଯ୍ୟରେ ସହଯୋଗ ସମସ୍ତଙ୍କୁ ଉତ୍ସାହିତ କରିଛି।