ବ୍ରହ୍ମପୁର: ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ବାଇଗଣବାଡି ଛକ ନିକଟରେ ମଙ୍ଗବଳାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକ ନାମ କୁନା ସାହୁ ଏବଂ ତିନିଜଣ ଆହତଙ୍କ ନାମ ଉଆଳି ସାହୁ, ମିଥୁନ୍‌ ସାହୁ ଏବଂ ଅଟୋ ଚାଳକ।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ କୁନା ସାହୁର ଶରୀରଅସୁସ୍ଥ ହୋଇପଡ଼ିଥିଲା। ସେଥିପାଇଁ ସେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲା। ସୁସ୍ଥ ହେବା ପରେ ଆଜି ଅପରାହ୍ନରେ କୁନାକୁ ଡାକ୍ତର ମେଡିକାଲରୁ ଡିସ୍‌ଚାର୍ଜ କରି ଦେଇଥିଲେ। କୁନାର ସମ୍ପର୍କୀୟ ଅଟୋ ଯୋଗେ ବ୍ରହ୍ମପୁର ଠାରୁ ଗୌଡ଼ ଗାଆଁ ଯିବା ବାଟରେ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁନା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ଆହତଙ୍କ ସାହାର୍ଯ୍ୟ କରିବା ସହିତ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର