ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଗଞ୍ଜାମ: ଭଞ୍ଜନଗର କୁଲାଡ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଟୁକୁନା ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଟୁକୁନା ପ୍ରଧାନ, ସୁନିଲ ଗୌଡ଼ ଓ ଝଅଁର ପ୍ରଧାନ ଗୋଟିଏ ବାଇକ୍‌ରେ କୁଲାଡରୁ ଗରୁଡ ଛକ ନିକଟ ଦେଇ ଯାଉଥିବା ସମୟରେ ବୀପରିତ ପାର୍ଶ୍ୱରୁ ମାଝିଆ ନାଏକ ଓ ତାଙ୍କ ପତ୍ନୀ ସୁରି ନାଏକ ଓ ପୁଅ କୌଳାଶ ଅନ୍ୟ ଏକ ବାଇକ୍‌ରେ କୁଲାଡକୁ ମାର୍କେଟିଂ କରିବା ପାଇଁ ଆସିଥିଲେ। ତେବେ ଦୁଇଟି ବାଇକ୍‌ର ବେଗ ଦ୍ରୁତ ଥିବାରୁ ନିୟନ୍ତ୍ରଣ ରକ୍ଷା କରି ନପାରି ମୁହଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଟୁକୁନା ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନିଲ ଗୌଡ଼, ଝଅଁର ପ୍ରଧାନ, ମାଝିଆ ନାଏକ, ସୁରି ନାଏକ ଓ କୌଳାଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର