ଅନୁଗୁଳ: ଦୁର୍ଘଟଣାରେ ଶିଶୁ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ନିକଟସ୍ଥ ପାଇକସାହିଠାରେ ଏକ ବାଇକ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରୁକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀଙ୍କୁ ଗିରଫ କରିବା ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପାଇକସାହିର ଭାବ ସାହୁ ନାମକ ଜଣେ ଯୁବତୀ ଝାନ୍‌ସିରେ ସଞ୍ଜୀବ ପୃଷ୍ଟିଙ୍କୁ ବିବାହ କରିଥିଲେ। ଗତ କିଛି ଦିନହେବ ସେ ନିଜର ୫ ବର୍ଷର ପୁଅ ପିଣ୍ଟୁ ପୃଷ୍ଟିଙ୍କୁ ଧରି ବାପଘରକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ପିଣ୍ଟଙ୍କୁ ଜଣେ ବାଇକ ଆରୋହୀ ଧକ୍କା ଦେଇଥିଲେ। ଧକ୍କା ପରେ ଯୁବକ ଜଣକ ବାଇକ ଛାଡ଼ି ପଳାଇ ଯାଇଥିଲେ। ତେବେ ଗୁରୁତର ଅବସ୍ଥାରେ ପିଣ୍ଟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ପିଣ୍ଟର ମୃତ୍ୟୁ ଘଟିଥିଳା। ଏହି ଖବର ପ୍ରଚାର ହେବା ପରେ ଉତ୍ତ୍ୟକ୍ତ ଲୋକେ ପାଇକସାହି- ଠାକୁରଗଡ଼, ପାଇକସାହି- ମୁଣ୍ଡାସାହି ଓ ପାଇକସାହି ସାନଓଲା ରାସ୍ତା ଅବରୋଧ କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର