ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ରାସ୍ତାରୋକ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁର ନାଗରିକ କମିଟି ପକ୍ଷରୁ ରାସ୍ତାରୋକ କରାଯାଇ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନଙ୍କ ସହିତ ସାଧାରଣ ଜନତା ସାମିଲ ହୋଇ ସହରର ନେଲସନ ମାଣ୍ଡେଲା ଛକରେ ରାସ୍ତା ଅବାାଧ କରିବା ସହିତ ରାସ୍ତା ଉପରେ ବସି ରହିଛନ୍ତି। କେବଳ ସେତିକି ନୁହେଁ, ଆଜି ସମ୍ବଲପୁର କୋର୍ଟକୁ ଆସୁଥିବା ସମସ୍ତ କୋର୍ଟ କର୍ମଚାରୀଙ୍କ ସହିତ ଜଜ୍‌ମାନଙ୍କୁ ମଧ୍ୟ ଆନ୍ଦୋଳନକାରୀମାନେ ବାଟରୁ ଫେରାଇ ଦେଇଛନ୍ତି। ଫଳରେ ସମ୍ବଲପୁରରେ ଆଜି କୋର୍ଟ କାର୍ଯ୍ୟ ବନ୍ଦ ରହିଛି।ଏହି ଆନ୍ଦୋଳନ ୩ ଦିନ ଧରି ଚାଲିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ପ୍ରତିମାସ ଶେଷ ସପ୍ତାହରେ ନାଗରିକ କମିଟି ପକ୍ଷରୁ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ଦାବିରେ ୩ ଦିନିଆ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧିତ ଖବର