ଢେଙ୍କାନାଳ: ପାଣି ପାଇଁ ଗରା ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ଢେଙ୍କାନାଳ: ଢେଙ୍କାନାଳ ସହରର ୧୩ ନମ୍ବର ଓ ୧୪ ନମ୍ବର ଓ୍ଵାର୍ଡରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିିବା ବେଳେ ଆଜି ମହିଳାମାନେ ପାଣି ପାଇଁ ରାସ୍ତାରୋକ କରିଛନ୍ତି।
ଢେଙ୍କାନାଳରେ ଦେଖା ଦେଇଛି ଉତ୍କଳ ଜଳସଙ୍କଟ। ସହରର ୧୩ ନମ୍ବର ଓ ୧୪ ନମ୍ବର ଓ୍ଵାର୍ଡରେ ଥିବା କୁଅ ପୋଖରି ଶୁଖିଯାଇଥିିବା ବେଳେ ପିଇବା ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ମାତ୍ର ଲୋକଙ୍କ ବଞ୍ଚିବାରଏହି ମୌଳିକ ଦାବି ପୂରଣ ପାଇଁ ପ୍ରଶାସନ ପକ୍ଷରୁ କଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଆଜି ୧୩ ନମ୍ବର ଓ ୧୪ ନମ୍ବର ଓ୍ଵାର୍ଡର ମହିଳାମାନେ ଘରୁ ଗରା, ବାଲ୍‌ତି ମାଠିଆ ଆାଣି ରାସ୍ତା ଅବରୋଧ କରିଛନ୍ତି।

ମହିଳାମାନେ ବାଜି ରାଉତ ଛକ ପାଖରେ ରାସ୍ତା ଉପରେ ଗରା, ବାଠିଆ, ବାଲତି ଥୋଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଢେଙ୍କାନାଳ ସହର ଦେଇ ବସ ଚଳାଚଳ ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ବୁଝାଶୁଖା କରୁଛି।

ସମ୍ବନ୍ଧିତ ଖବର