ନିମାପଡ଼ା ନିକଟରୁ ୧୯ ଲକ୍ଷ ୫୦ ହଜାର ଟଙ୍କା, ବାଲେଶ୍ୱରରୁ ୯ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କୋଣାର୍କ/ବାଲେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ୨ଟି ସ୍ଥାନରୁ ଗୁରୁବାର ଅପରାହ୍‌ଣରେ ୨୮ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାର ନିମାପଡ଼ା ଚାରିଛକ ନିକଟ ଗୋପାଳପୁର ଛକରେ ଦୁର୍ବୃତ୍ତମାନେ ୧୯ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।

ଯୋଜନାବଦ୍ଧ ଭାବେ ୬ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ଲୁଟ କରିଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ କରିଥିଲେ। ଅଭିଯୋଗ ଅନୁସାରେ ନୟାହାଟସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀ ଦୁର୍ବୃତ୍ତମାନଙ୍କୁ ଦେଖି ଡରିଯାଇଥିଲେ। କାରଣ ଦୁର୍ବୃତ୍ତମାନେ ହାତରେ ବନ୍ଧୁକ ଧରିଥିଲେ ଓ ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ।

ସେହିପରି ଅନ୍ୟ ଏକ ବଡ଼ଧରଣର ଲୁଟ ଘଟଣା ଆଜି ଅପରାହ୍‌ଣରେ ବାଲେଶ୍ୱରରେ ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ ନିକଟରେ ଦୁବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର