ଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ଅଭିଯୋଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ନେଇ ମଙ୍ଗଳବାର ଜଣାପଡ଼ିଛି। ଦୁର୍ବୃତ୍ତମାନେ ପ୍ରାଇଭେଟ ଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୩ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନୂଆଗଡ ବ୍ରିଜ୍‌ ନିକଟରେ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ବେଳେ ଖଜୁରିପଦା ଫାଣ୍ଡି ପୁଲିସ ଆହତଙ୍କୁ ଉଦ୍ଧାର କରି ଖଜୁରିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର