କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଲା ଅନ୍ନପୂର୍ଣ୍ଣ ଏଗ୍ରୋ ଇଣ୍ଟରନ୍ୟାସନାଲ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅନ୍ନପୁର୍ଣ୍ଣା ଏଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛି । ରାଜ୍ୟରେ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂସ୍ଥା ରାଜ୍ୟବାସୀଙ୍କୁ ଏଭଳି ସହାୟତା ଦେବାପାଇଁ ଆଗେଇ ଆସିଛି ।

ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଆଚାର୍ଯ୍ୟ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଆଚାର୍ଯ୍ୟ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଜି ଆକ୍ସିସ ବ୍ୟାଙ୍କର ଚେକ ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଅନ୍ନପୂର୍ଣ୍ଣ ଏଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ବାଲେଶ୍ୱର ଜିଲ୍ଲାର ଛଣପୁରରେ ନିଜର କାର୍ଯ୍ୟାଳୟ ଖୋଲିଛି ।

ସମ୍ବନ୍ଧିତ ଖବର