ଟ୍ରାନ୍ସପୋର୍ଟ କଂପାନିର ୨ କର୍ମଚାରୀଙ୍କୁ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
କେନ୍ଦୁଝର: ବଡ଼ବିଲ ଥାନା ଅଞ୍ଚଳରେ ଶନିବାର ଦିନ ଦ୍ୱିପ୍ରହରରେ ଟ୍ରାନ୍ସପୋର୍ଟ କଂପାନିର ୨ ଜଣ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ୨ ଜଣ ଦୁର୍ବୃତ୍ତ ଅଚାନକ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି। ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ଏକ ବାଇକ୍ରେ ଆସିଥିଲେ। ସେମାନେ ଟ୍ରାନ୍ସପୋର୍ଟ କଂପାନିର ୨ କର୍ମଚାରୀଙ୍କ ଠାରୁ ଟଙ୍କା ମାଗିଥିଲେ। ଉଭୟ ଟ୍ରାନ୍ସପୋର୍ଟ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ପରେ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମିଳିବା ପରେ ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ଛାନ୍ଭିନ୍ କରୁଛି। ଟ୍ରାନ୍ସପୋର୍ଟ କଂପାନିର ୨ ଆହତ କର୍ମଚାରୀଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦେହ କରାଯାଉଛି ଯେ, ଏହି ଲୁଟ୍ ଘଟଣାରେ ଅନ୍ୟ ଏକ ଟ୍ରାନ୍ସପୋର୍ଟ କଂପାନିର ହାତ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ବୃତ୍ତଙ୍କର କୌଣସି ପତ୍ତା ମିଳିନାହିଁ।