କେନ୍ଦୁଝର: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଲା ମାଲ ବୋଝେଇ ଟ୍ରକ

କେନ୍ଦୁଝର: ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଖିରିଇଟାଙ୍ଗିରି ଛକ ନିଖଟରେ ଏକ ମାଲ ବୋଝେଇ ଟ୍ରକ୍‌ ଚଳନ୍ତା ଅବସ୍ଥାରେ ହୁତୁହୁ ହୋଇ ଜଳିଯାଇଛି। ଟ୍ରକ୍‌ରେ ନିଆଁ ଲାଗିଯିବା ଜାଣିବା ପରେ କୌଣସିମତେ ଏହାର ଡ୍ରାଇଭର,ହେଲ୍‌ପର ଟ୍ରକ୍‌ରୁ ନିଜକୁ ସୁରକ୍ଷିତ ଭାବେ ବାହାରକୁ ଆସି ବଞ୍ଚି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅନଯାୟୀ, ଗତକାଲି ରାତିରେ ଏକ ୧୨ ଚକିଆ ଟ୍ରକ୍‌ କୋଲକାତାରୁ କୌଣସି ଏକ ପାଉଡ଼ର ଲୋଡ୍‌ିଂ କରି ମୁମ୍ବାଇ ଅଭିମୁଖେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିଲେ। ତେବେ ରାତି ପ୍ରାୟ ୩ଟା ବେଳେ ଟ୍ରକ୍‌ଟି ଖିରିଇଟାଙ୍ଗିରି ଛକ ନିକଟରେ ଯାଉଥିବା ବେଳେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଜାଣି ଡ୍ରାଇଭର ଟ୍ରକ୍‌ ଅଟକାଇ ହେଲ୍‌ପର ସହିତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏ ସମ୍ପର୍କରେ ସୂଚନା ପାଇ ତୁରୁମୁଙ୍ଗା ଥାନା ପୁଲିସ ଓ ଦମକଳାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ନିଆଁଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର