ଲୁଣ ଅଭାବ ନେଇ ଡାବୁଗାଁରେ ଗୁଜବ, ଚଢା ଦରରେ ବିକ୍ରି ହେଉଛି ଲୁଣ

ଡାବୁଗାଁ: ନବରଙ୍ଗପରୁ ଜିଲ୍ଲା ଡାବୁଗାଁ ବ୍ଲକ ରେ ଲୁଣ ଅଭାବ ନେଇ ଗୁଜବ ପରେ ଗ୍ରାହକ ମାନଙ୍କ ମଧ୍ୟରେ ଛନକା ପଶିଛି । ଆଗକୁ ଆଉ ଲୁଣ ମିଳିବ ନାହିଁ ଗୁଜବ ପରେ ଲୋକେ ଚ ଢା ଦରରେ ଲୁଣ କ୍ରୟ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଡାବୁଗାଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଅନୁନ୍ନତ ଲୋକେ ଗୁଜବ କୁ ବିଶ୍ୱାସ କରି ଲୁଣ ଚ ଢା ଦରରେ କ୍ରୟ କରୁଛନ୍ତି । ଏହାର ଭରପୁର ଫାଇଦା ନେଉଛନ୍ତି ଡାବୁଗାଁ ର ହୋଲସେଲ ବ୍ୟବସାୟୀ ।

ଯେଉଁ ୨୫ କିଲୋ ଲୁଣ ବସ୍ତା ଦାମ୍ ୧୮୦ ଟଙ୍କା ରହିବା କଥା ତାକୁ ୪୦୦ ରୁ ୫୦୦ ଟଙ୍କାରେ ଏହି ଅସାଧୁ ବ୍ୟବସାୟୀ ବିକ୍ରି କରି ବେଶ୍ ଲାଭବାନ ହେଉଛନ୍ତି । ବର୍ତମାନ କରନା ମହାମାରୀ ଯୋଗୁ ଲୋକେ ଲକ୍ ଡାଉନ୍ ରେ ଅଛନ୍ତି । ସେମାନଙ୍କ ନିକଟରେ ଆତ୍ମନିର୍ଭରଶୀଳର ପନ୍ଥା ଏକ ରକମର ବନ୍ଦ ହୋଇଯାଇଥିବା ବେଳେ ସେମାନଙ୍କ ଠାରୁ ଏହି ଅସାଧୁ ବ୍ୟବସାୟୀ ଦର ବୃଦ୍ଧି କରି ଆର୍ଥିକ ମେରୁଦଣ୍ଡ ଦହଲାଇଛନ୍ତି . ଏପରି ସମୟରେ ଯୋଗାଣ ବିଭାଗ ପକ୍ଷରୁ କୌଣସି ଚଢ଼ାଉ କରା ଯାଉ ନ ଥିବାରୁ ଅନାୟସରେ ଗରିବ ଲୋକଙ୍କୁ ବ୍ୟବସାୟୀ ମାନେ ଲୁଟ୍ କରୁଛନ୍ତି ।

ଦୋକାନ ସମ୍ମୁଖରେ ଦରଦାମ ଚାର୍ଟ ମାରୁ ନାହାନ୍ତି । ଡାବୁଗାଁ ସଦର ଡ ଙ୍ଗରିଗୁଡ଼ା ର ବହୁ ଅଶିକ୍ଷିତ ଆଦିବାସୀ ମାନେ ଗତ କାଲି ଚଡା ଦରରେ ଲୁଣ କ୍ରୟ କରିଥିବା ଅଭିଯୋଗ ହୋଇଛି . ଡ଼ ଙ୍ଗରିଗୁଡ଼ା ରାଇମତି ଜାନି, କମଲୁ କୁମ୍ଭାର, ଘନ ମାଝୀ, ଭଗବତୀ ନାୟକ ସହ ବହୁ ଲୋକ ୧୬୦ ଟଙ୍କା ଲୁଣ ବସ୍ତା କୁ ୪୦୦ ରୁ ୫୦୦ ଟଙ୍କା ଦେଇ ଡାବୁଗାଁ ର ଏକ ବ୍ୟବସାୟୀ ଠାରୁ କ୍ରୟ କରିଥିବା ନେଇ ଖୋଦ୍ ଡାବୁଗାଁ ସରପଞ୍ଚ ଅମ୍ବିକା ମାଝୀ ଅଭିଯୋଗ କରିଛନ୍ତି । ଏପରି ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ଅଛି ବୋଲି ମଧ୍ୟ ଡ ଙ୍ଗରିଗୁଡ଼ା ସରପଞ୍ଚ କହିଛନ୍ତି ।

ଉମରକୋଟ ଓ ରାଇଘର ପରେ ଡାବୁଗାଁ ବ୍ଲକ ରେ ଲୁଣ ଅଭାବ ନେଇ ଗୁଜବ ପରେ ଯୋଗାଣ ବିଭାଗ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣରେ ଦାବି ହୋଇଥିବା ବେଳେ ଯୋଗାଣ ବିଭାଗ ତରଫରୁ ଡାବୁଗାଁ ବ୍ଲକ ରେ ୨୭୫୦ କେଜି ଲୁଣ ମହଜୁଦ ଥିବା ନେଇ ଦର୍ଶା ଯାଇଛି । କିନ୍ତୁ ଚୋରା ଅସାଧୁ ବ୍ୟବସାୟୀ ମାନେ ଗୋଦାମରେ ଲୁଣ ଲୁଚାଇ ରଖି ଗ୍ରାହକ ମାନଙ୍କୁ ଆଗକୁ ଆଉ ଲୁଣ ମିଳିବ ନାହିଁ ବୋଲି କହି ଚଢା ଦରରେ ଲୁଣ ବିକ୍ରି କରୁଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ଅସାଧୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢାଉ ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର