ଯୌତୁକ ନମିଳିବାରୁ ପ୍ରେମିକା ଚରିତ୍ର ଉପରେ ସନ୍ଦେହ ଆଳ ନେଇ ବାହାଘର ଭାଙ୍ଗି ଦେଲା ପ୍ରେମିକ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ଏକ ପ୍ରେମୀଯୁଗଳଙ୍କ ବିବାହ ସ୍ଥିର ହୋଇସାରିଥିଲା। ନଭେମ୍ବର ୧୪ରେ ନିର୍ବନ୍ଧ ସରିବା ପରେ ନିମନ୍ତ୍ରଣ କାର୍ଡ ଛପା ହୋଇସାରିଥିଲା ବିବାହକୁ ମାତ୍ର ଆଉ କେଇଟା ଦିନ ଥିଲା କିନ୍ତୁ ସବୁକିଛି ପାଣି ଫଟକା ପରି ମେଳାଇ ଯାଇଛି। ଯୌତୁକ ଲୋଭରେ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ବିବାହ ପ୍ରସ୍ତାବକୁ ଫାଙ୍କି ଦେଇଛି ଦଗାଦିଆ ପ୍ରେମିକ ।

ଉଭୟ ପ୍ରେମିକ ଓ ପ୍ରେମିକା ପକ୍ଷରୁ ବିବାହ ପ୍ରସ୍ତାବ ଆସିବା ପରେ ଉଭୟ ପରିବାରର ସମ୍ମତିରେ ପୁଅ-ଝିଅଙ୍କ ସମ୍ପର୍କ ଆଗକୁ ବଢିଥିଲା । ଇନ୍ଦୋରରେ ଯୁବତୀଙ୍କୁ ଭେଟି ମୁଦି ପିନ୍ଧାଇ, ସାରା ଜୀବନ ସାଥୀ କରିବାକୁ କଥା ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଠକି ଦେଇଛି ଦଗାଦିଆ ପ୍ରେମିକ। ଆଉ ବିବାହ ତାରିଖ ସ୍ଥିର ହେବା ପରେ ବଦଳି ଯାଇଛି ସବୁ କିଛି । ଯୁବତୀଙ୍କ ଚରିତ୍ରକୁ ଆକ୍ଷେପ କରି ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲା ଆମେରିକାର ସପ୍ଟଓ୍ଵୟାର କମ୍ପାନିରେ କାମ କରୁଥିବା ସୁନ୍ଦରଗଡ ଡେଙ୍ଗିଭାଡି ଅଞ୍ଚଳର ଶିବ ଶଙ୍କର ପଟେଲଙ୍କ ପୁଅ ମାନସ ପଟେଲ ।

ବିବାହରେ ଯୌତୁକ ବାବଦକୁ ୧୫ ଲକ୍ଷ ଟଙ୍କା ଓ ଗୋଟିଏ କାର୍‌ ଦାବି କରିଥିଲେ ମାନସଙ୍କ ବାପା । ପୀଡିତାଙ୍କ ପରିବାର ଏହା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିବା ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ପୀଡିତା ସୁନ୍ଦରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁନ୍ଦରଗଡ ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର