ପୁଲିସ୍‌ ଯାଂଚ ଆଳ ଦେଖାଇ ମହିଳାଙ୍କ ଗହଣା ଲୁଟ୍‌

ସମ୍ବଲପୁର: ଗୁରୁବାର ଅପରାହ୍‌ଣରେ ପୁଲିସ୍‌ ଯାଂଚ କରୁଥିବାର ଭୟ ଦେଖାଇ କିରଣ ଅଗ୍ରଓ୍ଵାଲ(୬୦)ଙ୍କ ଠାରୁ ୬ ଭରି ଓଜନର ସୁନା ଗହଣା ଲୁଟି ନିଆଯାଇଛି। କିରଣଙ୍କ ନିଜ ଘର ବୁଢ଼ାରଜା ଏସ୍‌ଆର୍‌ଆଇଟି କଲୋନିରେ। ସେ ଚାଲି ଚାଲି ଅଇଁଠାପାଲି ପଟକୁ ଯାଉଥିବା ବେଳେ ଏକ ବାଇକ୍‌ରେ ୨ଜଣ ଯୁବକ ପହଂଚି ଥିଲେ। ଆଗରେ ପୁଲିସ୍‌ ସୁନା ଗହଣା ଯାଂଚ କରୁଥିବା କହି ଏକ କାଗଜରେ ଲୁଚାଇ ରଖିବାକୁ କହିଥିଲେ। କିରଣଙ୍କୁ ସହାୟତା କରିବା ଆଳରେ ସେ ପିନ୍ଧିଥିବା ସୁନା ହାର ଓ ଅନ୍ୟାନ୍ୟ ଅଳଙ୍କାର ଖୋଲି ସେମାନେ ଏକ କାଗଜରେ ରଖିଥିଲେ। ଆଉ ଅତିଚରୁତାର ସହିତ ସେସବୁ ଲୁଟି ନେଇ ଚମ୍ପଟ ମାରିଥିଲେ। କିରଣଙ୍କୁ ଯେଇଁ କାଗଜପୁଡ଼ିଆ ଧରାଇ ଥିଲେ, ତାହା ଖାଲି ରହିଥିଲା। ଘଟଣା ସଂକ୍ରାନ୍ତରେ ଅଇଁଠାପାଲି ଥାନାରେଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏହି ସୁନାର ବଜାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର