୮୦ ବର୍ଷର ବିଧବା ବୁଢ଼ୀ ମା’କୁ ଘରୁ ତଡ଼ିଦେଲେ:୧୫ ଦିନ ହେବ ଭିକ ମାଗି ଚଳୁଛନ୍ତି

ସମ୍ବଲପୁର: ରେଙ୍ଗାଲି ବ୍ଲକ୍‌ ଅର୍ନ୍ତଗତ ବମାଲୋଇ ପଞ୍ଚାୟତ ଢର୍ରୋପାଣିର ଜଣେ ବୃଦ୍ଧାଙ୍କୁ ବୁଢୀମା ମଣିକ ସାହୁ ବୟସ ୮୦ ବର୍ଷ ସ୍ୱାମୀ ଦୀର୍ଘ ବର୍ଷ ହେବ ସ୍ୱର୍ଗ ଲାଭ କରିଛନ୍ତି । ତାଙ୍କ ଗୋଟିଏ ପୁଅ ଦୁଇଟି ଝିଅ । ପୁଅ ନାରାୟଣ ସାହୁ ସ୍ୱର୍ଗ ଲାଭ କଲାପରେ ଝିଅ ରାଜକୁମାରୀ ପ୍ରଧାନ ସମାସିଂହା ଓ ଶୈଲ ପ୍ରଧାନ ପରମାଣପୁର ଙ୍କ ଘରେ କିଛି ବର୍ଷ ବିତେଇଥିଲେ । ପରେ ସାମାଜିକ କାର୍ଯ୍ୟ ପାଇଁ ଘରେ ରହିବାପରେ ୮୦ ବର୍ଷର ବୁଢୀ ମାଁକୁ ଘରୁ ତଡିଛନ୍ତି ନିଜର ପୁତ୍ରବଧୁ ସିତାଂଜଳି ସାହୁ ଏବଂ ତାଙ୍କ ପୁତ୍ର । ସିତାଂଜଳି ବର୍ତମାନ ନାଏବ ସରପଂଚ ଅଟନ୍ତି । ବୁଢୀମା ଆସାବାଡ଼ି ଧରି ସରପଂଚ ପାଖକୁ ଯାଇଥିଲେ ନ୍ୟାୟ ପାଇବା ଆସାରେ ହେଲେ ସରପଂଚ ଘରେ ଥାଇ ନଥିବା କହିବାକୁ ନିଜ ସହଯୋଗି ମାନଙ୍କୁ କହିଥିଲେ ଫଲରେ ବୁଢୀମା ନିରାଶ ହୋଇ ଫେରିଗଲେ ।

ଗ୍ରାମରେ ବୁଢୀ ମାଁକୁ ନ୍ୟାୟ ଦେବା ପାଇଁ ସଭା ହୋଇଥିଲା ହେଲେ ଗ୍ରାମବସୀଙ୍କ କଥାକୁ ସିତାଂଜଳ ଭୃକ୍ଷେପ କଲେନି । ଓଲଟା ଜଣେ ବିଶଷ୍ଟ ବୁଦ୍ଧିଜିବୀଙ୍କ ନାଁରେ ଥାନାରେ ମିଥ୍ୟା ଅଭିଯୋଗ କଲେ । ଗ୍ରାମର ଜିଏବି ବୁଢୀମାଁକୁ ସାହାଜ୍ୟ କରିବ ସେ ସିତାଂଜଳି ପାଖରୁ ଗାଲିଗୁଲଜ ସହିତ ସୁଧା ଖାଇବ । ବୋଧହୁଏ ବୁଢୀମା ସିତାଂଜଳିର ସ୍ୱାମୀଙ୍କୁ ଏଥିପାଇଁ ଜହ୍ନଦେଇ ସିତାଂଜଳିକୁ ପୁତ୍ରବଧୁ ଭାବେ ଘରକୁ ଆଣିଥିଲେ । ଏଠାରେ ପ୍ରକାଶ ଥାଉକି ବିଶାସଏ ସମାଜ ପକ୍ଷରୁ ଜିଏ ନିଜର ବୃଦ୍ଧ ବାପା,ମାକୁ ସମ୍ମାନ ସହ ଖାଇବା ପିଇବାରେ ବାଧାଦେଲେ ,ଘରୁ ତଡିଲେ ସେଇ ପରିବାରରେ କନ୍ୟାଦେବା ମନା । ଏହା ଉପରେ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପାଇଁ ଗ୍ରାମବସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର