୧୦ କେଜି ଗଂଜେଇ ଜବତ ୨ ଗିରଫ

ସମ୍ବଲପୁର: ଗୁରୁବାର ସୋନପୁର ଜିଲ୍ଲାରୁ ସମ୍ବଲପୁରକୁ ଚାଲାଣ ବେଳେ ବୋଲେରୋ ସହ ୧୦ କିଲୋଗ୍ରାମ ୪୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ଏହି ଘଟଣା ସଂକ୍ରାନ୍ତରେ ବୀରମହାରାଜପୁର ଥାନା ଲୁମ୍ବରଜେନା ଗାଁର ପ୍ରକାଶ ମହାପାତ୍ର ଓ ସୋନପୁର ଥାନା ବାଦଲପାଲିର ପରମାନନ୍ଦ ଗୁରୁଙ୍କୁ ଧନୁପାଲି ପୁଲିସ ଗିରଫ କରିଛି। ସେମାନେ ଏକ ବୋଲେରୋ(ଓଡି୦୩ଏ-୮୧୧୦) ଯୋଗେ ସୋନପୁରରୁ ସମ୍ବଲପୁର ଅଭିମୁଖେ ଆସୁଥିଲେ। ଭତରା ଶଙ୍କରମଠ ନିକଟରେ ଧନୁପାଲି ପୁଲିସର ଗାଡ଼ି ଯାଂଚ ବେଳେ ଏହି ଗାଡ଼ିରେ ବ୍ୟାଗ୍‌ଗୁଡ଼ିକରେ ଭର୍ତି ଥିବା ଗଂଜେଇ ମିଳିଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ଏନଡିପିଏସ୍‌ ଆଇନ ଅନୁସାରେ ମାମଲା ରୁୁଜୁ କରାଯାଇଛି।

ସମ୍ବନ୍ଧିତ ଖବର