୧୫୪ ଦିନରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ରିଲେ ଅନଶନରେ ବସିଲେ ୪ ମହିଳା ଆଇନଜୀବୀ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ରିଲେ ଅନଶନରେ ବସିଲେ ୪ ଜଣ ମହିଳା ଆଇନଜୀବୀ। ସେମାନେ ହେଲେ ଆଇନଜୀବୀ ବନ୍ଦୀତାରାଣୀ ମିଶ୍ର, ଅନିତା ଛାବରିଆ, ରୀନା ତ୍ରିବେଦୀ ଏବଂ କାନନବାଳା ପଟ୍ଟନାୟକ। କାର୍ଯ୍ୟବନ୍ଦ ଆନ୍ଦୋଳନ ୧୫୪ ଦିନରେ ପହଞ୍ଚିଛି। ଏହା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ଦାବି ନେଇ ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ସକରାତ୍ମକ ଆଭିମୁଖ୍ୟ ପୋଷଣ କରିନାହାନ୍ତି। ଏଥିଯୋଗୁଁ ଆଇନଜୀବୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର