୩ ଆନ୍ତଃରାଜ୍ୟ ଡକାୟତ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଡକାୟତି ମାମଲାରେ ୩ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଥିବା କହିଛନ୍ତି ଏସପି ସଂଜୀବ ଆରୋରା। ଏଥିରେ ଆଉ ଜଣଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ଗିରଫ ବ୍ୟକ୍ତିମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିର ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ(୩୪), ବରଗଡ଼ ଜିଲ୍ଲା ଆମ୍ବାଭୋନାର ରାକେଶ ବେହେରା (୨୩) ଏବଂ ରାଞ୍ଚିର ଗଙ୍ଗାସାଗର ରାୟ(୪୫)। ଗଙ୍ଗାସାଗର ଏହି ମାମଲାର ମାଷ୍ଟର ମାଇଣ୍ଡ। ସେମାନଙ୍କ ଠାରୁ ୩ ଦେଶୀ ପିସ୍ତଲ, ୮ ଏମଏମର ୧୨ଟି କ୍ୟାଟ୍ରିଜ, କଳା ଏବଂ ନୀଳ ରଙ୍ଗର ହେଲମ୍ୟାଟ, ୩ଟି ନକଲି ନମ୍ବର ପ୍ଲେଟ, ଗୋଟିଏ ପଲସର ବାଇକ, ୭ଟି ମୋବାଇଲ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି। ଏହି ଗ୍ୟାଙ୍ଗ ପୂର୍ବରୁ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଛତିଶଗଡ଼, ରାୟପୁର, ବିହାର ସମେତ ବିଭିନ୍ନ ରାଜ୍ୟର ବ୍ୟାଙ୍କ ଡକାୟତି ମାମଲାରେ ସଂପୃକ୍ତି ରହିଛି।

ସମ୍ବନ୍ଧିତ ଖବର