ବିଜ୍ଞାପନରେ ଭର୍ତ୍ତି ଜଳଯୋଗାଣ :ଟାଙ୍କି ଅମୃତ ନାହିଁ କି ଧାରା ବି ନାହିଁ

ସମ୍ବଲପୁର: ଅମୃତ ଧାରା ପାନୀୟ ଟାଙ୍କି ଏବେ ବିଜ୍ଞାପନ ବୋର୍ଡ ପାଲଟି ଯାଇଛି। ସହରରେ ଥିବା ପ୍ରାୟ ସମସ୍ତ ଅମୃତ ଧାରା ଏବେ ଅଚଳ ହୋଇ ପଡ଼ିଛି। କେଉଁଠି ପାଣି ନାହିଁ ତ ଆଉ କେଉଁଠି ପାଣି ବାହାରିବା ପାଇଁ ନଳ ବି ନାହିଁ। ପ୍ରଶାସନ ପକ୍ଷରୁ ଠିକ୍ ଭାବେ ରକ୍ଷଣା ବେକ୍ଷଣା କରାଯାଉନାହିଁ। ବିଜ୍ଞାପନରେ ଏଭଳି ଭର୍ତ୍ତି ହୋଇଯାଇଛି ଯେ ଏହା ଏକ ପାଣି କାଉଣ୍ଟର ବୋଲି ମଧ୍ୟ ଜାଣିବା ସହଜ ନୁହେଁ। ଏନେଇ ଏସ୍‌ଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ ସେଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଯୋଜନା ଚାଲିଛି ବୋଲି କହିଥିଲେ। ଏହାସହ ଅତିଶୀଘ୍ର ମହାନଗର ନିଗମ ଅଞ୍ଚଳରେ ମୋଟ ୭୮ଟି ଜଳଛତ୍ର ଖୋଲିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିବା ‌ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର