କଲେଜ ରାସ୍ତାରେ ଅସାମାଜିକ ଯୁବକଙ୍କ ଉତ୍ପାତ:ଏସପିଙ୍କୁ ଅଭିଯୋଗ, ଅଶ୍ଳୀଳ ମନ୍ତବ୍ୟ ନେଇ ଉତ୍ତେଜନା

କ’ଣ କରୁଛି ଓ୍ଵି’ ସ୍କ୍ଵାଡ୍‌!

0 56

ସମ୍ବଲପୁର: ଏନଏସସିବି କଲେଜ ରାସ୍ତାରେ ଅସମାଜିକ ବ୍ୟକ୍ତିଙ୍କ ଉତ୍ପାତ ନେଇ ଏସପିଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ ଛାତ୍ର-ଛାତ୍ରୀ। ଏସପି କାର୍ଯ୍ୟାଳୟରୁ କଲେଜ ଫେରୁଥିବାବେଳେ ଦୁଇ ଜଣ ଅସମାଜିକ ଯୁବକଙ୍କ ଅଭିଯୋଗକାରୀ ଜଣେ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ନେଇ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ ପରେ ଧନୁପାଲି ଥାନା ପୁଲିସ ପକ୍ଷରୁ ଏଠାରେ ନିୟମିତ ପେଟ୍ରୋଲିଂର ପ୍ରତିଶ୍ରୁତି ଦିଆଯାଇ ଥିଲା। ଏନଏସସିବି କଲେଜ ଛାତ୍ର-ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପୁଟିବନ୍ଧରୁ ଏନଏସସିବି କଲେଜ ରାସ୍ତାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଉତ୍ପାତ। ଅଶ୍ଳୀଳ ମନ୍ତବ୍ୟ ଶୁଣିବା ଛାତ୍ରୀମାନଙ୍କ ପାଇଁ ନିୟମିତ ଘଟଣାରେ ପରିଣତ ହୋଇ ସାରିଛି। ବିଭିନ୍ନ ସମୟରେ କିଛି ଯୁବକ ସମ୍ପୂର୍ଣ୍ଣ ଉଲଘ୍ନ ହୋଇ ଗଛ ଉପରେ ବସିବା ଯୋଗୁଁ ଛାତ୍ରୀଙ୍କ ପାଇଁ ଆହୁରି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ଏକୁଟିଆ କୌଣସି ଛାତ୍ରୀଙ୍କ ପାଇଁ ସେହି ସ୍ଥାନ ଦେଇ ଯାତାୟାତ ପ୍ରାୟତଃ ଅସୁରକ୍ଷିତ ଅନୁଭବ କରନ୍ତି ସମସ୍ତେ। ଏହିଭଳି ବିଭିନ୍ନ ଅଭିଯୋଗ ନେଇ ସ୍ଥାନୀୟ ଛାତ୍ରଛାତ୍ରୀ ଦିନ ୧୨ଟାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ସେମାନଙ୍କ କଥା ଶୁଣିଥିଲେ। ଏହି ଅଭିଯୋଗ କରି ଫେରୁଥିବାବେଳେ ଦୁଇ ଜଣ ଅସମାଜିକ ବ୍ୟକ୍ତି ଜଣେ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହାକୁ ସାଙ୍ଗରେ ଥିବା ଅନ୍ୟ ଜଣେ ଛାତ୍ର ବିରୋଧ କରିବାରୁ ଦୁଇ ଅସମାଜିକ ଯୁବକ ତାଙ୍କ ସହିତ ଠେଲାପେଲା କରିଥିଲା। ଏହାକୁ ଛାତ୍ରୀ ଜଣକ ମୋବାଇଲରେ ଉତ୍ତୋଳନ କରୁଥିବାବେଳେ ଏହି ଦୁଇ ଅସମାଜିକ ଯୁବକ ତାଙ୍କ ସହିତ ମଧ୍ୟ ଯୁକ୍ତିତର୍କ କରିଥିଲେ। ଏଥିଯୋଗୁଁ ଛାତ୍ରୀଙ୍କ ମୋବାଇଲ ତଳେ ପଡ଼ି ଯାଇଥିଲା। ଏହି ଘଟଣା ନେଇ ବିଦ୍ୟାର୍ଥୀ ପ୍ରତିନିଧି ଦଳ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପୂର୍ବରୁ ମଧ୍ୟ ଓ୍ଵିଇ ସ୍କ୍ଵାର୍ଡ ଟିମ କଲେଜ ଆସିଥିବାବେଳେ ଅସମାଜିକ ବ୍ୟକ୍ତିଙ୍କ ଏଭଳି ଉତ୍ପାତ ନେଇ ଛାତ୍ରୀମାନେ ଡିଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଓ୍ଵିଇ ସ୍କ୍ଵାର୍ଡ ପକ୍ଷରୁ କିଛି ଯୁବକଙ୍କୁ ନିଆଯାଇ ଥିଲା। ଏହା ସତ୍ତ୍ୱେ ମଧ୍ୟ ଅସମାଜିକ ବ୍ୟକ୍ତିଙ୍କ ଆଚରଣରେ ପରିବର୍ତ୍ତନ ହେଉନି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.