ମସ୍ତିଷ୍କ ଓ ମେରୁଦଣ୍ଡ ଆଘାତ ପାଇଁ ଷ୍ଟେମ୍‌ସେଲ୍ ଚିକିତ୍ସା

ସମ୍ବଲପୁର: ମସ୍ତିଷ୍କ ଓ ମେରୁଦଣ୍ଡରେ ଆଘାତ ଯୋଗୁଁ ଅକର୍ମଣ୍ୟ ହୋଇ ପଡ଼ିଥିବା ଲୋକଙ୍କ ପାଇଁ ନୂଆ ଆଶାର ସଂଚାର କରିଛି ‌ନ୍ୟୁରୋଜେନ ବ୍ରେନ୍ ଓ ସ୍ପାଇନ୍ ଇନ୍‌ଷ୍ଟିଚ୍ୟୁଟ୍। ମଣିଷ ଶରୀରର ମୂଳ କୋଷ (ଷ୍ଟେମ୍‌ଷ୍ଟେଲ)ଜରିଆରେ ମେରୁଦଣ୍ଡ ବା ମସ୍ତିଷ୍କରେ ସୃଷ୍ଟ ଆଘାତର ଚିକିତ୍ସା କରି ଅଚଳ ଅଙ୍ଗପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ କରାଇବା କ୍ଷେତ୍ରରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ଚିକିତ୍ସା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପ୍ରୟୋଗ ଓ ବିଶ୍ବର ବିଭିନ୍ନ ଦେଶ ଏହି ପ୍ରକାର ଚିକିତ୍ସା ପାଇଁ ନ୍ୟୁରୋଜେନକୁ ଆସି ଉପକୃତ ହେଉଛନ୍ତି ବୋଲି ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଉପନିର୍ଦ୍ଦେଶିକା ଡା. ନନ୍ଦିନୀ ଗୋକୁଳଚନ୍ଦ୍ରନ କହିଛନ୍ତି। ହୋଟେଲ ଗ୍ରାଣ୍ଡ ଶିବାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋଜେନରେ ଚିକିତ୍ସିତ ହୋଇ ନୂଆ ଜୀବନ ପାଇଥିବା ସମ୍ବଲପୁରର ସୁଶାନ୍ତ କୁମାର ଲେଙ୍କା ମଧ୍ୟ ନିଜର ଅନୁଭୂତି କହିଥିଲେ।
ଏହି ଭଳି ‌େରାଗୀଙ୍କ ପରୀକ୍ଷା ପାଇଁ ଆସନ୍ତା ୨୫ ତାରିଖ ଭୁବନେଶ୍ବରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଡା. ନନ୍ଦିନୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର