ଶାସନ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର: ରାଜ୍ୟରେ ମହିଳା, ବିଶେଷ କରି ଶିଶୁ କନ୍ୟା ମାନଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ନେଇ ସାମାଜିକ ଅନୁଷ୍ଠାନ ବୈଶାଖୀ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୋମବାର ଚିତ୍ରଗୁପ୍ତ କଲ୍ୟାଣ ସଂଘ କକ୍ଷରେ ପ୍ରଣତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏବଂ ପ୍ରଜ୍ଞା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶାସନ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରା ଯାଇଥିଲା। ନିର୍ମଳା ଦାସ ପଟ୍ଟନାୟକ, ପଦ୍ମାଳୟା ପଟ୍ଟନାୟକ, ସୈରେନ୍ଦ୍ରୀ ପଣ୍ଡା, ସବିତା ମିଶ୍ର ପ୍ରମୁଖ ଏସବୁ ଅଘଟଣ ନେଇ ଉଦ୍‌ବେଗ ବ୍ୟକ୍ତ କରିଥିଲେ। ଏହାପରେ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ଗୋଲବଜାର ଛକରେ ଶାସନ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ମହମବତୀ ଜଳାଇଥିଲେ। ଶୋଭାଯାତ୍ରାରେ କମଳିନୀ ମହାପାତ୍ର, ହେମଲତା ନନ୍ଦ, ସରୋଜୁ ପ୍ରଧାନ, ଜ୍ୟୋତି ପଟ୍ଟନାୟକ, ମୈଥିଲି, ସତ୍ୟବତୀଙ୍କ ସମେତ ମହିଳା ଓ ଛୋଟ ପିଲା ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର