ମୁଦିପଡ଼ାରୁ ଅପରିଚିତ ବୃଦ୍ଧ ଉଦ୍ଧାର

ସମ୍ବଲପୁର: ମୁଦିପଡ଼ା ଟ୍ରାନ୍ସପୋର୍ଟ କଲୋନି ଓଏସଆରଟିସି କ୍ୱାର୍ଟରର ପଛପଟରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ଏହି ବୃଦ୍ଧ ଜଣକ ଜରି ଗୋଟାଇ ଜୀବିକା ନିର୍ବାହ କରୁଥିଲେ। ତାଙ୍କ ନିଜସ୍ୱ ଗୃହ କିମ୍ବା ପରିବାର ନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଘର ବାରଣ୍ଡାରେ ରହୁଥିଲେ। ରବିବାର ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲେ। ଏଥିଯୋଗୁଁ ସେ ଏଠାରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିଲେ। ଘଣ୍ଟାଧିକ ସମୟ ଧରି ତାଙ୍କୁ ଉଦ୍ଧାର ପାଇଁ କେହି ଆଗେଇ ଆସିନଥିଲେ। ତେବେ ସେଠାକାର ଜନୈକା ବାସିନ୍ଦାଙ୍କ ଠାରୁ ସୂଚନା ପାଇ ହୀରାକୁଦର ସମାଜସେବୀ ବିପିନ ପଣ୍ଡା ଏବଂ ଅବିନାଶ ମିଶ୍ର ସମ୍ବଲପୁର ଆସି ଉକ୍ତ ଅପରିଚିତ ବୃଦ୍ଧଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର