ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଗୁରୁତର

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ସଦର ଥାନା ଭୋଇପାଲି ଅଞ୍ଚଳରେ ଘଟିଯାଇଛି। ଏନେଇ ଅଭିଯୋଗ ହେବାପରେ ପୁଲିସ୍‌ ଗଜିନ୍ଦ୍ର ବାରିକ(୩୫) ନାମକ ଜଣେ ଯୁବକକୁ ଗିରଫ କରିଥିବା ବେଳେ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ ନେଇ ଗତ ୧୯ ତାରିଖରେ ବଡ଼ଭାଇ ସୁରେନ୍ଦ୍ର ବାରିକ(୩୭) ଘର ଅଗଣାରେ କାଠ ହାଣୁଥିଲେ। ଉକ୍ତ ସମୟରେ ସାନଭାଇ ଗଜିନ୍ଦ୍ର ଆସି ପାଖରେ ପଡ଼ିଥିବା ଟାଙ୍ଗିଆକୁ ନେଇ ସୁରେନ୍ଦ୍ରଙ୍କ ପିଠିରେ ଚୋଟ ମାରିଥିଲେ। ସୁରେନ୍ଦ୍ର ଓଲଟିବାରୁ ଗଜିନ୍ଦ୍ର ତାଙ୍କ ମୁଣ୍ଡକୁ ମଧ୍ୟ ଚୋଟ ମାରିଥିଲେ। ଏଥିରେ ସୁରେନ୍ଦ୍ର ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ପୁଲିସ ସୂଚନା ପାଇ ତାଙ୍କ ଘରେ ପହଞ୍ଚି ଅଭିଯୋଗ ଆଣି ଭାରତୀୟ ଦଣ୍ଡବିଧି ଧାରା ୩୦୭ରେ ଗଜିନ୍ଦ୍ରଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର