ବିଷକ୍ରିୟା ଯୋଗୁଁ ଚାଷୀ ମୃତ

ବୁର୍ଲା: ଜମିକୁ କୀଟନାଶକ ପକାଇବାକୁ ଯାଇଥିବା ଜଣେ ଚାଷୀଙ୍କ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସୋନପୁର ଟୁନିଆମୁଣ୍ଡାର ମଧୁସୂଦନ ନାଥ(୩୪)। ସୂଚନାମୁତାବକ ଗତ ୨୫ ତାରିଖ ସକାଳ ପ୍ରାୟ ୯ଟା ବେଳେ ମଧୁ ତାଙ୍କ ଘର ପାଖରେ ଥିବା ଜମିକୁ କୀଟନାଶକ ପକାଇବାକୁ ଯାଇଥିଲେ। ଦିନ ପ୍ରାୟ ୧୧ଟା ବେଳେ ସେ ଘରକୁ ଫେରିଥିଲେ। ଘରକୁ ଫେରିଲା ପରେ ହଠାତ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକ ତାଙ୍କୁ ବୁର୍ଲା ମେଡିକାଲ ନେଇଥିଲେ। ଚିକିତ୍ସତ ହେଉଥିବା ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ବୁର୍ଲା ମେଡିକାଲ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବ‌ଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର