ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଯୁବକଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର

ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ବରାଇପାଲି ଅଞ୍ଚଳର ଜଣେ ଯୁବକ ଶିବନାଥ ଓରାମ ଆଜି ଅପରାହ୍ନରେ ନିଜ ସାଙ୍ଗ ଘରକୁ ଯାଇଥିଲେ। ସାଙ୍ଗର ଘରେ ଖାଉଥିବା ବେଳେ ଘର ବାହାରୁ ୩ରୁ ୪ଜଣ ଯୁବକ ଶିବନାଥଙ୍କୁ ଡାକିଥିଲେ। ପରେ ସେମାନେ ଶିବନାଥଙ୍କୁ ନିସ୍ତୁକ ପିଟିଥିଲେ ଓ ଗୁଳିକରି ଫେରାର ହୋଇ ଯାଇଥିଲେ।

ଗୁଳିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ କହିବା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଏହି ମାଡ଼ ଓ ଗୁଳିକାଣ୍ଡ ହୋଇଛି। ବରେଇପାଲି ନୂଆପଡ଼ା ଅଞ୍ଚଳର ଶହଦେବ ନାମରେ ଜଣେ ଯୁବକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ଶିବନାଥଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର