ସମ୍ବଲପୁର: ଡକାୟତି ଯୋଜନା ବିଫଳ, ୫ ଗିରଫ, ବିପୁଳ ମାରଣାସ୍ତ୍ର ଜବତ

ସମ୍ବଲପୁର: ସମ୍ବଲପୁର ସଦର ପୁଲିସ ଗୁରୁବାର ରାତିରେ ଏକ ଡକାୟତ ଗ୍ୟାଙ୍ଗ ଆଡ୍ଡା ଉପରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସଦର ପୁଲିସ ଇନସ୍‌ପେକ୍ଟର ଏଲ୍‌ଏନ୍‌ ସାହୁ ପୁଲିସ ଟିମ୍‌ ସହିତ ପିତାବଳୀ ମନ୍ଦିର ପଛପଟରେ ଥିବା ପେଟ୍ରୋଲପମ୍ପ ନିକଟରେ ପହଞ୍ଚିଥିଲେ। ସେହି ସମୟରେ ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥଲେ।

ପୁଲିସ ଧନୁପାଲି ଥାନା ଅନ୍ତର୍ଗତ କଟକରୋଡ ନିବାସୀ ମନମୋହନ ପାଣିଗ୍ରାହୀଙ୍କ ପୁଅ ଆଶିଷ ପାଣିଗ୍ରାହୀ (୨୯), ସଦର ଥାନା ଅନ୍ତର୍ଗତ ପିଲା କନ୍ଦେଇପଡା ନିବାସୀ ଯୁଧିଷ୍ଠୀର ମାଝୀଙ୍କ ପୁଅ ରୂପେଶ୍ୱର ମାଝୀ (୨୩), ଟାଉନ ଥାନା ଅନ୍ତର୍ଗତ ବିଣାଖଣ୍ଡି ଗ୍ରାମର ବିରଞ୍ଚି ମହାନନ୍ଦଙ୍କ ପୁଅ ପ୍ରମୋଦ ମହାନନ୍ଦ ଓରଫ ରିଣ୍ଟୁ (୨୩), ଅଇଁଠାପାଲି ଥାନା ରେମେଡର ଆନନ୍ଦ ବିହାରୀ ବରାଇଙ୍କ ପୁଅ ସ୍ୱରୂପ ବରାଇ ଓରଫ (କୁନୁ) ଓ ଟାଉନ ଥାନାର ସାହୁ କଲୋନି ନିବାସୀ ଦଶରଥ ଝାଙ୍କରଙ୍କ ପୁଅ ଲାଲା ଓରଫ ସୋମନାଥ ଝାଙ୍କର (୨୪)ଙ୍କୁ ଗିରଫ କରିଛି।

ପୁଲିସ ଘଟଣାସ୍ଥଳରୁ ୨ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ଏକ ଲୁହା ଛଡ଼, ଏକ ଭୁଜାଲି, ଏକ ବାଇକ ଆଦି ଜବତ କରିଛି।

ସମ୍ବନ୍ଧିତ ଖବର