ସମ୍ବଲପୁର: ଶାସନ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର: ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଜଣେ ବିହାରୀ ପରିବାରର ନାବାଳିକା ଜଣେ ବିହାରୀ ନାବାଳକକୁ ଭଲ ପାଉଥିଲେ। ୪/୫ ଦିନ ତଳେ ନାବାଳକ ଜଣକ ନାବାଳିକା ପ୍ରେମିକାକୁ ଏକ ନିଦ୍ଧିଷ୍ଟ ସ୍ଥାନକୁ ଡାକିଥିଲା। ସେଠାରେ ସେ ଯୋଜନା ମୁତାବକ ଅନ୍ୟ ଚାରିଜଣ ସାଥୀଙ୍କ ସହିତ ଦୁଷ୍କର୍ମ କରିଥିଲା। ନାବାଳିକାର ପରିବାର ପକ୍ଷରୁ ଥାନାରେ ଶୁକ୍ରବାର ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପୀଡ଼ିତା ନାବାଳିକାକୁ ମେଡିକାଲ ପରୀକ୍ଷା ପାଇଁ ସମ୍ବଲପୁର ସଦର ହସ୍ପିଟାଲ ପଠାଯାଇଛି।

ସମ୍ବନ୍ଧିତ ଖବର